Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଗଛ ପ୍ରତି ଆଦର, ପୃଥିବୀ ପ୍ରତି ଦାୟିତ୍ୱ: ବଜ୍ରକୋଟ ବିଦ୍ୟାଳୟରେ ୭୬ତମ ବନମହୋତ୍ସବ ପାଳିତ
    ଆଜିର ଖବର

    ଗଛ ପ୍ରତି ଆଦର, ପୃଥିବୀ ପ୍ରତି ଦାୟିତ୍ୱ: ବଜ୍ରକୋଟ ବିଦ୍ୟାଳୟରେ ୭୬ତମ ବନମହୋତ୍ସବ ପାଳିତ

    July 2, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ରଣପୁର: ଆଜି ବଜ୍ରକୋଟ ବିଦ୍ୟାଳୟରେ ଉତ୍ସାହ ଓ ଉଲ୍ଲାସରେ ୭୬ତମ ବନମହୋତ୍ସବ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷବିତ ଲକ୍ଷ୍ମୀଧର ସାହୁ, ମୁଖ୍ୟ ବକ୍ତା ଭାବେ ଫରେଷ୍ଟର ରଞ୍ଜିତ ବେହେରା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବିଶ୍ୱରଞ୍ଜନ ଆଚାର୍ଯ୍ୟ, ଫରେଷ୍ଟ ଗାର୍ଡ ରଞ୍ଜନା ପରିଡା, ସ୍ଥାନୀୟ ୱାର୍ଡ ମେମ୍ବର ସରୋଜିନୀ ପ୍ରଧାନ, ମୋ ସ୍କୁଲ ସଭାପତି ଗଣେଶ୍ୱର ପ୍ରଧାନ, ଗ୍ରାମର ବରିଷ୍ଠ ବ୍ୟକ୍ତି ଶତ୍ରୁଘ୍ନ ମାନସିଂହ, ସାଧନ କେନ୍ଦ୍ର ସଂଯୋଜକ ସୁଧାକର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା ଚାରୁଲତା ରାଉତରାୟ, ସଂଯୁକ୍ତା ସାର୍ଦୁଲଲସିଂହ, ଚାରୁଲତା ରାଉତରାୟ, ସଞ୍ଜିତା ନାୟକ, ଅଙ୍ଗନବାଡି କର୍ମୀ ପୁଷ୍ପ ମଞ୍ଜରୀ ଦେଇ ପ୍ରମୁଖ ଯୋଗ ଦେଇଥିଲେ।

    ବନମହୋତ୍ସବର ଉଦ୍ଦେଶ୍ୟ ହେଉଛି ପରିବେଶ ସୁରକ୍ଷା, ଗଛର ଗୁରୁତ୍ୱ ବିଷୟରେ ଜଣସାଧାରଣ ମଧ୍ୟରେ ସଚେତନତା ସୃଷ୍ଟି କରିବା ବୋଲି ଶିକ୍ଷବିତ ଶ୍ରୀ ସାହୁ କହିଥିଲେ। ବନମହୋତ୍ସବ ମାନେ ଗଛ ପ୍ରତି ଆଦର ଓ ପୃଥିବୀ ପ୍ରତି ଦାୟିତ୍ୱ ବୋଲି ଫରେଷ୍ଟର ରଞ୍ଜିତ ବେହେରା କହିଥିଲେ।

    ଅବସରରେ ଛାତ୍ରଛାତ୍ରୀମାନେ ଗଛ ଲାଗାଇ ଏହାର ଦୟାଳୁ ବ୍ୟବହାର ବିଷୟରେ ଅନେକ ସୂଚନା ସମ୍ବନ୍ଧରେ ଶିଖି ପାରିଥିଲେ। ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣା ମଧ୍ୟ ଗଛର ଗୁରୁତ୍ୱ, ପରିବେଶ ସଂରକ୍ଷଣ ଓ ଗ୍ରୀନ୍ କ୍ଲାସରୁମ୍ ତିଆରି ପ୍ରତି ଆଲୋକପାତ କରିଥିଲେ।

    କାର୍ଯ୍ୟକ୍ରମର ଅନ୍ତିମରେ ଛାତ୍ରଛାତ୍ରୀମାନେ ପୋଷ୍ଟର, ଗୀତ ଓ ନାଟିକା ମାଧ୍ୟମରେ ଗଛ ରୋପଣର ଉପକାରିତା ବ୍ୟାଖ୍ୟା କରି ସମସ୍ତେଙ୍କ ମନ ଜିତି ଥିଲେ। ଆମ୍ବ, ଲିମ୍ବ, ଲିମ୍ବ, ପାଟୁଳି, ଅର୍ଜୁନ, କରଞ୍ଜ, ବଉଳକୋଳି, ଫାଣପଣା, କଦମ୍ବ ଆଦି ବୃକ୍ଷରୋପଣ କରାଯାଇଥିଲା।

    ଏହି କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଶ୍ରୀ ରଣାଙ୍କ ତତ୍ୱାବଧାନରେ ଓ ବିଦ୍ୟାଳୟର ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ପାଚିକା ବାସନ୍ତୀ ମାଝୀ, ଅହଲ୍ୟା ଦେଇ, ଟୁନିଲତା ସାହୁ, କୁନି ଖଟେଇ ପ୍ରମୁଖଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାରେ ପରିଚାଳିତ ହୋଇ ଥିଲା। ପ୍ରମୋଦ ଦାଶ, ବିଶ୍ୱଶ୍ରୀ ପଟ୍ଟନାୟକ ବନ ବିଭାଗ କର୍ମଚାରୀ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

    ବଜ୍ରକୋଟ ବିଦ୍ୟାଳୟ ବନମହୋତ୍ସବ ପାଳିତ ରଣପୁର
    Share. Facebook Twitter LinkedIn Email WhatsApp Copy Link
    Previous Articleହିମନ୍ତ ନା ଗୌରବ, ଆସାମରେ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ କିଏ ଆଗରେ?: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା
    Next Article କୋରାପୁଟ-କିରାଣ୍ଡୁଲ ରେଳ ଲାଇନରେ ଭୂସ୍ଖଳନ ଯୋଗୁଁ ଟ୍ରେନ ସେବା ପ୍ରଭାବିତ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.