Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଜାତୀୟ ଖବର»ଯୋଗ: ବିଶ୍ବକୁ ଭାରତର କାଳଜୟୀ ଉପହାର
    ଜାତୀୟ ଖବର

    ଯୋଗ: ବିଶ୍ବକୁ ଭାରତର କାଳଜୟୀ ଉପହାର

    June 14, 2025No Comments4 Mins Read
    Facebook Twitter LinkedIn Email WhatsApp Copy Link

    ଯୋଗାଭ୍ୟାସ ଏକାତ୍ମଭାବ ସୃଷ୍ଟିକରେ–ମନ, ଶରୀର ଓ ବୁଦ୍ଧିର ଏକାତ୍ମତା, ପରିବାର ଓ ସମାଜ ସହ ଏକାତ୍ମତା, ଆମ ସହ ଏହି ସୁନ୍ଦର ପୃଥିବୀରେ ରହୁଥିବା ପଶୁପକ୍ଷୀ, ବୃକ୍ଷଲତାଙ୍କ ଏକାତ୍ମତା….ଏହା ହିଁ ଯୋଗ।

    –ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ଆନ୍ଧ୍ରପ୍ରଦେଶର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିବା ମାଲି ମସ୍ତାନ ବାବୁ ଏକ ସାଧାରଣ ପୃଷ୍ଠଭୂମିରୁ ଉଠି ଭାରତର ସବୁଠାରୁ ସଫଳ ପର୍ବତାରୋହୀମାନଙ୍କ ମଧ୍ୟରୁ ଜଣେ ହୋଇ ପାରିଛନ୍ତି। ଇଞ୍ଜିନିୟରିଂ ଏବଂ ମ୍ୟାନେଜମେଣ୍ଟରେ ତାଙ୍କର ଶିକ୍ଷାଗତ ସଫଳତା ସହିତ, ପର୍ବତାରୋହଣ ପ୍ରତି ତାଙ୍କର ଆଗ୍ରହ ମଧ୍ୟ ଥିଲା ଏବଂ ସେ ତୀବ୍ର ଶାରୀରିକ ଏବଂ ମାନସିକ ତାଲିମ ମାଧ୍ୟମରେ ନିଜକୁ ପ୍ରସ୍ତୁତ କରିଥିଲେ। ଯୋଗ ତାଙ୍କ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଯୋଗ ତାଙ୍କୁ ପ୍ରତିକୂଳ ପରିସ୍ଥିତିରେ ଶାନ୍ତ, ସଶକ୍ତ ଓ ନିଜ ଲକ୍ଷ୍ୟ ପ୍ରତି ଅବିଚଳିତ ରହିବାରେ ସାହାଯ୍ୟ କରିଥିଲା । ନିଜ ଖାଦ୍ୟ ପ୍ରସ୍ତୁତ କରିବାଠାରୁ ଆରମ୍ଭ କରି ଚଢ଼ିବାର ପ୍ରତ୍ୟେକ ପଦକ୍ଷେପକୁ ସତର୍କତାର ସହିତ ଯୋଜନା କରିବା ପର୍ଯ୍ୟନ୍ତ ତାଙ୍କର ଅନୁଶାସନ ମଧ୍ୟ ଉଲ୍ଲେଖନୀୟ ଥିଲା। ମାତ୍ର ୧୭୨ ଦିନରେ, ମସ୍ତାନ ବାବୁ ସଫଳତାର ସହିତ ସମସ୍ତ ସାତଟି ମହାଦେଶର ସର୍ବୋଚ୍ଚ ଶିଖର ଆରୋହଣ କରିଥିଲେ। ଏହି ସଫଳତା ହାସଲ କରିଥିବା ପ୍ରଥମ ଭାରତୀୟ ଏବଂ ଦକ୍ଷିଣ ଏସୀୟ ହୋଇପାରିଛନ୍ତି। ତାଙ୍କ କାହାଣୀ ମନେପକାଇଦିଏ ଯେ ଆଭ୍ୟନ୍ତରୀଣ ସନ୍ତୁଳନ ଏବଂ ଦୃଢ଼ ସଂକଳ୍ପ ଆମକୁ ସର୍ବୋତ୍ତମ ଉଚ୍ଚତାରେ ପହଞ୍ଚିବାରେ ସାହାଯ୍ୟ କରିପାରିବ।

    ଭାରତର ପ୍ରାଚୀନ ସଭ୍ୟତା ସର୍ବଦା ଜ୍ଞାନ, ସ୍ୱାସ୍ଥ୍ୟ ଏବଂ ସଦ୍ଭାବ ପାଇଁ ଠିଆ ହୋଇଛି। ଶୂନର ଆବିଷ୍କାର ଠାରୁ ଆରମ୍ଭ କରି ଜ୍ୟୋତିର୍ବିଜ୍ଞାନ, ଶଲ୍ୟଚିକିତ୍ସା ଏବଂ ଦର୍ଶନରେ ଏହାର ଅବଦାନ ପର୍ଯ୍ୟନ୍ତ, ଭାରତ ଶତାବ୍ଦୀ ଧରି ବିଶ୍ୱକୁ ସମୃଦ୍ଧ କରିଆସିଛି। ଆମ ଆଦର୍ଶ ହେଉଛି ବସୁଧୈବ କୁଟୁମ୍ବକମ ଅର୍ଥାତ ବିଶ୍ୱ ଗୋଟିଏ ପରିବାର। ଏହି ଜ୍ଞାନ ଏହି ବିଶ୍ୱାସକୁ ପ୍ରତିଫଳିତ କରେ ଯେ ପ୍ରକୃତ ପ୍ରଗତି ମାନବତାର ସାମୂହିକ ପ୍ରଗତିରେ ନିହିତ।

    ଯୋଗ ବିଶ୍ୱକୁ ଭାରତର ସର୍ବଶ୍ରେଷ୍ଠ ଉପହାର ମଧ୍ୟରୁ ଗୋଟିଏ। ଯୋଗ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ, ଏହା ଜୀବନର ଏକ ଉପାୟ ଯାହା ମାନସିକ ସ୍ପଷ୍ଟତା, ଭାବପ୍ରବଣ ସ୍ଥିରତା ଏବଂ ଆଧ୍ୟାତ୍ମିକ ଶାନ୍ତି ପ୍ରଦାନ କରେ। ଆଜି ଏହାର ପ୍ରାସଙ୍ଗିକତା ବିଶେଷ ଭାବରେ ବଢିଯାଇଛି ଯେତେବେଳେ କି ବିଶ୍ବ ସାମଗ୍ରିକ ସୁସ୍ଥତା ଏବଂ ପୃଥିବୀ ଓ ଜୀବଜଗତ ମଧ୍ୟରେ ସଦ୍ଭାବକୁ ସ୍ବାଗତ କରୁଛି।

    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅକ୍ଳାନ୍ତ ପ୍ରୟାସ ପାଇଁ, ମିଳିତ ଜାତିସଂଘ ସାଧାରଣ ସଭା ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ଘୋଷଣା କରିଛି, ଯୋଗର ସ୍ୱାସ୍ଥ୍ୟ ଏବଂ ଜୀବନ ସନ୍ତୁଳନ ପ୍ରତି ସାମଗ୍ରିକ ଦୃଷ୍ଟିକୋଣକୁ ସ୍ୱୀକୃତି ଦେଇଛି। ଏହା ଭାରତର ପ୍ରାଚୀନ ଜ୍ଞାନରେ  ନିହିତ ନିବାରଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରତି ବିଶ୍ୱର ପରିବର୍ତ୍ତିତ ଗୁରୁତ୍ବକୁ ପ୍ରତିଫଳିତ କରେ।

    ସଂସ୍କୃତ ମୂଳ “ଯୁଜ୍” ରୁ ଉତ୍ପନ୍ନ, ଯାହାର ଅର୍ଥ “ଏକତ୍ର କରିବା”, ଯୋଗ ଶରୀର, ମନ ଏବଂ ଆତ୍ମାକୁ ଏକୀକୃତ କରେ। ମହର୍ଷି ପତଞ୍ଜଳିଙ୍କ ଦ୍ୱାରା ଯୋଗସୂତ୍ରରେ ଏହା ଲିପିବଦ୍ଧ ଓ ଏହା ନୈତିକ ଜୀବନଯାପନ, ଶୃଙ୍ଖଳା ଏବଂ ଆନ୍ତରିକ ଶାନ୍ତିକୁ ମାର୍ଗଦର୍ଶନ କରେ।

    ଆଜିର ବ୍ୟସ୍ତବହୁଳ ଦୂନିଆରେ, ଯେଉଁଠାରେ ଚାପ, ଡିଜିଟାଲ୍ ଓଭରଲୋଡ୍ ଏବଂ ଭାବପ୍ରବଣ କ୍ଳାନ୍ତି ସାଧାରଣ, ଯୋଗ ଆତ୍ମ ଶାନ୍ତି ପାଇଁ ଏକ ପ୍ରଭାବୀ ଉପକରଣ ଭାବରେ କାର୍ଯ୍ୟ କରେ। ଦୈନନ୍ଦିନ ଅଭ୍ୟାସ ଭାବନାକୁ ଉନ୍ନତ କରେ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଏବଂ ଭାବପ୍ରବଣ ସ୍ଥିରତାକୁ ପ୍ରୋତ୍ସାହିତ କରେ। ବିଶେଷକରି କୋଭିଡ-୧୯ ମହାମାରୀ ସମୟରେ, ଏହା ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଥିଲା। ଏହାର ଗୁରୁତ୍ୱକୁ ସ୍ୱୀକାର କରି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୧୮-୨୦୩୦ ପାଇଁ ଏହାର ବିଶ୍ୱସ୍ତରୀୟ ଶାରୀରିକ କାର୍ଯ୍ୟକଳାପ ଯୋଜନାରେ ଯୋଗକୁ ଅନ୍ତର୍ଭୁକ୍ତ କରିଛି।

    ୨୦୧୫ ମସିହାରେ ଆରମ୍ଭ ହେବା ପରଠାରୁ ଅନ୍ତର୍ଜାତୀୟ ଯୋଗ ଦିବସ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ଅଭିଯାନ ମଧ୍ୟରୁ ଗୋଟିଏ ହୋଇସାରିଛି, ଯାହା ପ୍ରତିବର୍ଷ ଐତିହାସିକ ମାଇଲଖୁଣ୍ଟ ଭାବରେ ପାଳନ କରାଯାଏ। ୨୦୨୪ ମସିହାରେ ଅନ୍ତର୍ଜାତୀୟ ଯୋଗ ଦିବସରେ ପ୍ରାୟ ୨୪.୫୩ କୋଟି ଅଂଶଗ୍ରହଣକାରୀଙ୍କ ସହିତ ବ୍ୟାପକ ଅଂଶଗ୍ରହଣ ହୋଇଥିଲା। ପୁଣି ସାମାଜିକ ଗଣମାଧ୍ୟମ ମାଧ୍ୟମରେ ୩.୪୮ କୋଟିରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଥିଲା ଏବଂ ଭାରତୀୟ ଦୂତାବାସ ଏବଂ ଅନୁଷ୍ଠାନଗୁଡ଼ିକ ବିଶ୍ୱ ସ୍ତରରେ ୫.୪୫ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିଥିଲେ।

    ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସମସ୍ତ କ୍ଷେତ୍ରରେ ଯୋଗକୁ ସଂସ୍ଥାଗତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆୟୁଷ ମନ୍ତ୍ରଣାଳୟ ସାରା ବିଶ୍ୱରେ ଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଅଭିଯାନ ଆରମ୍ଭ କରିଛି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ପ୍ରତିଷ୍ଠାନରେ ଗବେଷଣା ପ୍ରକଳ୍ପଗୁଡ଼ିକୁ ସମର୍ଥନ କରିବା ପାଇଁ ୧୫.୩୦ କୋଟି ଟଙ୍କା ବ୍ୟୟବରାଦ କରିଛି। ଯୋଗ ପ୍ରମାଣନ ବୋର୍ଡ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥିର କରିଛି ଏବଂ ଯୋଗ୍ୟ ଯୋଗ ବୃତ୍ତିଗତମାନଙ୍କୁ ସ୍ୱୀକୃତି ପ୍ରଦାନ କରିଛି। ଭାରତ ଅନେକ ଉପାୟରେ ବିଶ୍ୱ ସହିତ ଯୋଗ ବାଣ୍ଟିବାରେ ଲାଗିଛି। ଏହା ବିଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆୟୁଷ ଚେୟାର ସ୍ଥାପନ କରିଛି ଏବଂ ଭାରତୀୟ ଦୂତାବାସ ମାଧ୍ୟମରେ କର୍ମଶାଳା ଆୟୋଜନ କରିଛି।

    ଯୋଗ ମଧ୍ୟ ସରକାରଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଥିବା ମାନସିକ ସ୍ୱାସ୍ଥ୍ୟ ସହାୟତାର ଏକ ବଡ଼ ଅଂଶ। ମନୋଦର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ, ଛାତ୍ରଛାତ୍ରୀମାନଙ୍କୁ ଭଲ ଅନୁଭବ କରିବା ପାଇଁ ଯୋଗକୁ ପରାମର୍ଶ ସହିତ ମିଶ୍ରଣ କରାଯାଇଛି।

    ଯୋଗର ଲୋକପ୍ରିୟତା ମଧ୍ୟ ନୂତନ ରୋଜଗାର ସୁଯୋଗ ଏବଂ ବ୍ୟବସାୟ ସୃଷ୍ଟି କରୁଛି। ଯୋଗ ଶିଖିବା ପାଇଁ ଅଧିକରୁ ଅଧିକ ଲୋକ ଋଷିକେଶ, କାଶୀ ଏବଂ କେରଳ ଭଳି ସ୍ଥାନକୁ ଯାତ୍ରା କରୁଛନ୍ତି। ବିମାନବନ୍ଦର, ହୋଟେଲ ଏବଂ ସୁସ୍ଥତା କେନ୍ଦ୍ରଗୁଡ଼ିକ ଏବେ ଯୋଗାଭ୍ୟାସ ପାଇଁ ସୁବିଧା ପ୍ରଦାନ କରୁଛନ୍ତି। ଯୋଗ ପୋଷାକ, ଉପକରଣ, ପ୍ରଶିକ୍ଷକ ଏବଂ କର୍ମକ୍ଷେତ୍ର ସୁସ୍ଥତା କାର୍ଯ୍ୟକ୍ରମର ବଜାର ସୁଯୋଗ ମଧ୍ୟ ବୃଦ୍ଧି ପାଉଛି। ଯୋଗ ଦୈନନ୍ଦିନ ଜୀବନ ଏବଂ କାର୍ଯ୍ୟର ଏକ ଅଂଶ ହୋଇଯାଇଛି।

    ଭାରତର ପ୍ରାଚୀନ ଜ୍ଞାନ ଉପରେ ଆଧାରିତ, ଯୋଗ ନିରନ୍ତର ପରିବର୍ତ୍ତନଶୀଳ ଏହି ବିଶ୍ୱରେ ସନ୍ତୁଳନ ପ୍ରଦାନ କରୁଛି। ଏହା ସାରା ବିଶ୍ବରେ ଶକ୍ତି, ସ୍ପଷ୍ଟତା ଓ ଏକାତ୍ମକତାକୁ ପ୍ରେତ୍ସାହିତ କରେ। ଭାରତର ନରମ ଶକ୍ତିର ପ୍ରତୀକ ଯୋଗ ଏବେ ସାରା ବିଶ୍ବରେ ଶାନ୍ତି , ସୁସ୍ଥତା ଓ ଏକତାର ପ୍ରଚାର କରୁଛି।

    କାଳଜୟୀ ଉପହାର ନରେନ୍ଦ୍ର ମୋଦୀ ଯୋଗ
    Share. Facebook Twitter LinkedIn Email WhatsApp Copy Link
    Previous Article‘କ୍ଷେପଣାସ୍ତ୍ର ଆକ୍ରମଣ ବନ୍ଦ ନହେଲେ ତେହେରାନ ଜଳିବ’, ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇରାନକୁ ଚେତାବନୀ
    Next Article ଏଆଇ 171 ଦୁର୍ଘଟଣା ଉପରେ ଗଣମାଧ୍ୟମକୁ ସମ୍ବୋଧିତ କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.