Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଜାତୀୟ ଖବର»ଭୁବନେଶ୍ବରରେ ମାନେକା ଗାନ୍ଧୀ, ରାଜ୍ୟରେ ପ୍ରାଣୀ ନିଷ୍ଠୁରତା ଉଦବେଗଜନକ ବୋଲି କାହିଁକି କହିଲେ
    ଜାତୀୟ ଖବର

    ଭୁବନେଶ୍ବରରେ ମାନେକା ଗାନ୍ଧୀ, ରାଜ୍ୟରେ ପ୍ରାଣୀ ନିଷ୍ଠୁରତା ଉଦବେଗଜନକ ବୋଲି କାହିଁକି କହିଲେ

    June 1, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link
    Maneka
    ଭୁବନେଶ୍ବରରେ ମାନେକା ଗାନ୍ଧୀ, ରାଜ୍ୟରେ ପ୍ରାଣୀ ନିଷ୍ଠୁରତା ଉଦବେଗଜନକ ବୋଲି କାହିଁକି କହିଲେ

    ଭୁବନେଶ୍ୱର: ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ରୋଟାରୀ ଭବନଠାରେ ପିପୁଲ ଫର ଆନିମଲର ଅଧ୍ୟକ୍ଷା ମାନେକା ଗାନ୍ଧୀଙ୍କ ପୌରହିତରେ ପ୍ରାଣୀମାନଙ୍କ ଉପରେ ହେଉଥିବା ନିଷ୍ଠୁରତା ନିରୋଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ସମସ୍ତ ପ୍ରାଣୀ ସ୍ବେଛାସେବୀ ସଙ୍ଗଠନର କର୍ମକର୍ତ୍ତା ଓ ରାଜ୍ୟରେ ଗୋସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ କାର୍ଯ୍ୟ କର୍ତା ଅଂଶଗ୍ରହଣ କରିଥିଲେ।

    କର୍ମଶାଳା ପ୍ରାରମ୍ଭରେ ସେ ଭୁବନେଶ୍ବର ବିମାନ ବନ୍ଦର ଅଂଚଳରେ ବିଷ ପ୍ରୟୋଗ କରି ସତୁରିରୁ ଉର୍ଦ୍ଧ୍ବ କୁକୁରଙ୍କୁ ମାରି ଦିଆଯାଇ ଥିବା ସମ୍ପର୍କରେ ଉଦବେଗ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ସ୍ବେଛାସେବୀ ସମୁହ ପ୍ରତିବାଦ କିମ୍ବା ନିରବ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଗଲେ ନାହିଁ, ସେ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

    ଓଡ଼ିଶାରେ ପ୍ରାଣୀ ସୁରକ୍ଷା ପାଇଁ ସମସ୍ତ ସ୍ବେଛାସେବୀଏବଂ ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତି ମିଳିତ ଭାବେ ମିଶି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ। ଜୀବେ ନିଷ୍ଠୁରତା ନିରୋଧ ପାଇଁ ବ୍ୟବହୃତ ବିହିନ୍ୟ ଆଇନ ଓ ଏହାର ଧାରା ସମ୍ପର୍କରେ ଆଲୋଚନା କରିଥିଲେ।

    ସେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାଣୀ ସଂଗଠନ କର୍ମକର୍ତ୍ତା ଙ୍କ ସହିତ ରାଜ୍ୟରେ ପ୍ରାଣୀ କଲ୍ୟାଣ ନିମନ୍ତେ ବାର୍ତ୍ତାଲାପ କରିଥିଲେ। ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତି ଦୀର୍ଘ କୋଡିଏ ବର୍ଷ ଧରି କିଭଳି ଅକର୍ମଣ୍ୟ ଅବସ୍ଥାରେ ରହିଛି ଏବଂ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ହେଉ ନାହିଁ ସେ ସମ୍ପର୍କରେ ସମିତି ସଭ୍ୟ ଡା ତ୍ରୈଲୋକ୍ୟ ନାଥ ମହାରଣା ପ୍ରକାଶ କରିଥିଲେ।

    ସେଇଭଳି ବିଭିନ୍ନ ଗୋ ସୁରକ୍ଷା ସଂଗଠନ ପକ୍ଷରୁ ରାଜ୍ୟର ରାଜରାସ୍ତାରେ କିଭଳି ବିଭତ୍ସ ଭାବେ ବେଆଇନ ଗୋ ଚାଲାଣ ହେଉଛି, ପ୍ରତ୍ୟେକ ରାତ୍ରିରେ ଗୋ ସଙ୍ଗଠନ କର୍ମକର୍ତ୍ତା କିଭଳି ସେମାନଙ୍କ ସହିତ ଲଢ଼ୁଥିବା କଥା ସେ ପ୍ରକାଶ କରିଥିଲେ। ରାଜ୍ୟରେ ଏସ ପି ସି ଏ ସମ୍ପୂର୍ଣ୍ଣ ଭାବେ ଅକର୍ମଣ୍ୟ ଅବସ୍ଥାରେ ପହଂଚି ଯାଇଥିବା ବେଳେ ପ୍ରାଣୀ ସୁରକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଶୁଡି ଯାଇଥିବା ଉପସ୍ଥିତ ବହୁ ସଦସ୍ୟ କହିଥିଲେ।

    ଭୁବନେଶ୍ୱରରେ ପ୍ରାଣୀ ଚିକିତ୍ସା ପାଇଁ ଏକ ଆମ୍ବୁଲାନ୍ସ ରହିବା ପାଇଁ ବ୍ୟବସ୍ଥାକୁ ସମସ୍ତେ ଖୁସି ପ୍ରକଟ କରିଥିଲେ। ସମସ୍ତ ଅଭିଯୋଗ ଶୁଣିବା ପରେ ସେ ସମ୍ପର୍କରେ ବିହିତ ପଦକ୍ଷେପ ନେବାକୁ ସରକାରଙ୍କୁ ପ୍ରସ୍ତାବ ଦେବାକୁ ସେ କହିଛନ୍ତି। ଏହି ବୈଠକରେ ପିପୁଲ ଫର ଆନିମାଲ ର ରାଜ୍ୟ ମେମ୍ବର ସେକ୍ରେଟାରୀ ଜୀବନ ବଲ୍ଲଭ ଦାଶ ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

    Maneka Gandhi People For Animal ଜୀବନ ବଲ୍ଲଭ ଦାଶ ପିପୁଲ ଫର ଆନିମଲ ମାନେକା ଗାନ୍ଧୀ
    Share. Facebook Twitter LinkedIn Email WhatsApp Copy Link
    Previous Articleକୋଲକାତାରେ କେନ୍ଦ୍ରୀୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାରର ନୂତନ କୋଠା ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ
    Next Article ବିସ୍ତୃତ ରାଶିଫଳ: ଜୁନ ୨ ତାରିଖ ସୋମବାରରେ ଛଅଟି ରାଶିର ବ୍ୟକ୍ତି ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.