Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ବିଶେଷ ଖବର»ଗଂଜାମରେ ୧୨ଟି ଶିଳ୍ପ ପାଇଁ ୨୮ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
    ବିଶେଷ ଖବର

    ଗଂଜାମରେ ୧୨ଟି ଶିଳ୍ପ ପାଇଁ ୨୮ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

    June 5, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link
    ଗଂଜାମରେ ୧୨ଟି ଶିଳ୍ପ ପାଇଁ ୨୮ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଂଜାମ ଜିଲ୍ଲା ଗସ୍ତରେ ଯାଇ ଛତ୍ରପୁର ଠାରେ ସମୁଦାୟ ୧୨ଟି ଶିଳ୍ପ ପାଇଁ ୨୮ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ କହିଛନ୍ତିଯେ, ଗ୍ରୀନ ହାଇଡ୍ରୋଜେନ୍, କେମିକାଲ୍‍ସ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ସହିତ ଗଞ୍ଜାମ ଜିଲ୍ଲା ଏବେ ଶିଳ୍ପାୟନ କ୍ଷେତ୍ରରେ ଏକ ନୂଆ ବେଞ୍ଚମାର୍କ ସୃଷ୍ଟି କରିବାକୁ ଯାଉଛି।

    ଏହା ଦ୍ୱାରା ୧୫ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ଏବଂ ମେକ୍ ଇନ୍ ଓଡିଶା ୨୦୨୫ର ଅଭୂତପୂର୍ବ ସଫଳତାର ଶ୍ରେୟ ଏହି ୪ ମାସ ମଧ୍ୟରେ ଆମକୁ ମିଳିଛି। ଆଜି ଗଞ୍ଜାମ ଜିଲ୍ଲା ଶିଳ୍ପ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଗଞ୍ଜାମ ଜିଲ୍ଲା ପାଇଁ ସମୃଦ୍ଧିର ଏକ ନୂଆ ରାସ୍ତା ଖୋଲିଛି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ।

    ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତିଯେ, ଆମର କଥା ଓ କାମ ସମାନ। ଓଡିଶାର ସୁନେଲି ଭବିଷ୍ୟତ ପାଇଁ ଆମେ ଯେଉଁ ଲକ୍ଷ୍ୟ ରଖିଛୁ, ତାହା ନିଶ୍ଚିତ ରୂପେ ପୂରଣ ହେବ। ଯାଜପୁର କଳିଙ୍ଗ ନଗରରେ ୭୦ ହଜାର କୋଟି ଟଙ୍କାର ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା। ଗତ କାଲି ଢେଙ୍କାନାଳରେ ୫୦ ହଜାର କୋଟି ଟଙ୍କାର ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି । ଆଉ ଆଜି ଏଠାରେ ପ୍ରାୟ ୩୦ ହଜାର କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି। ୫ ମାସ ମଧ୍ୟରେ ଆମେ ଦେଢ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିଛୁ ଏବଂ ଏହା ଦ୍ୱାରା ପ୍ରାୟ ୯୦ ହଜାର ନିଯୁକ୍ତି ସୃଷ୍ଟି ହେବ ।

    ସେ କହିଥିଲେ ଯେ, ଓଡିଶାରେ ଏକ ବନ୍ଦରଭିତ୍ତିକ ଶିଳ୍ପ ବିକାଶ ପାଇଁ ଆମର ଲକ୍ଷ୍ୟ ରହିଛି। ବର୍ତ୍ତମାନ ଯେଉଁ 3ଟି ବନ୍ଦର ଅଛି, ତା ବ୍ୟତୀତ ଆଉ 3-4 ଟି ବନ୍ଦର ମଧ୍ୟ ପ୍ରତିଷ୍ଠା କରାଯିବ। କେନ୍ଦ୍ର ସରକାର ରେଳ ଓ ରାଜପଥ କ୍ଷେତ୍ରରେ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁରି ଦେଇଛନ୍ତି। ଓଡିଶାରେ ମଧ୍ୟ ଆମେ ୭୫ ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡକ ନିର୍ମାଣ କରିବୁ। ଏହା ସହିତ ଅନେକ ଶିଳ୍ପ କରିଡର ମଧ୍ୟ ଗଠନ କରାଯିବ। ଏହା ଦ୍ୱାରା ଶିଳ୍ପ ପ୍ରତିଷ୍ଠା ପାଇଁ ଯାହା ସବୁ ମୌଳିକ ଆବଶ୍ୟକତା ରହିଛି, ତାହା ଓଡିଶାରେ ସମ୍ପୂର୍ଣ୍ଣ ଭାବେ ମିଳିପାରିବ।

    ସେ ପୁଣି କହିଥିଲେଯେ, ଆଗାମୀ ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଯାହା ଆବଶ୍ୟକ, ଆମେ ସେ ସବୁ ଉଦ୍ୟମ କରୁଛୁ। ଆମର ଯୁବଶକ୍ତି ଉପରେ ମୋର ସମ୍ପୂର୍ଣ୍ଣ ଭରସା ରହିଛି। ଆମର ସ୍ୱପ୍ନ ପୂରଣ ଦିଗରେ ଆମର ଯୁବଶକ୍ତି ହିଁ ହେବ ମୁଖ୍ୟ ସାରଥି। ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ପାଇଁ ଦକ୍ଷତା ଆବଶ୍ୟକ। ତେଣୁ ଯୁବ ବର୍ଗ ଯେପରି ଦକ୍ଷ ହେବେ, ଆଧୁନିକ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ପାଇଁ ଯୋଗ୍ୟ ହେବେ, ସେଥିପାଇଁ ଆମେ ଆମର ୱାର୍ଲ୍ଡ ସ୍କିଲ ସେଣ୍ଟରର 4ଟି କେନ୍ଦ୍ର ପ୍ରତିଷ୍ଠା କରିବୁ । ଆଧୁନିକ ଦକ୍ଷତା ପାଇଁ ଆମେ ସିଙ୍ଗାପୁରର ITEES ସହିତ ପାର୍ଟନରସିପ୍ କରିଛୁ। ସବୁ ITI ଗୁଡିକର ଉନ୍ନତିକରଣ କରାଯାଇ ସେଥିରେ ଆଧୁନିକ ସ୍କିଲ୍ ଶିକ୍ଷା ଦିଆଯିବ।

    ଏହି କାର୍ଯ୍ୟକ୍ରମରେ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଭୁଷଣ ଜେନା, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ଓ ସମସ୍ତ ବିଧାୟକ ଗଣ ମଂଚାସୀନ ଥିଲେ।

    ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ, ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

    ଗଂଜାମରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
    Share. Facebook Twitter LinkedIn Email WhatsApp Copy Link
    Previous Articleଜାମ୍ମୁ-କାଶ୍ମୀରରେ ଉନ୍ନତ ସଂଯୋଗୀକରଣ ପାଇଁ ପ୍ରକଳ୍ପଗୁଡ଼ିକର ରୂପରେଖ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
    Next Article ବଦଳିଲେ ଭଦ୍ରକ ଜିଲ୍ଲା ଏସପି, ଜାଣନ୍ତୁ ସେ କେଉଁଠାକୁ ଗଲେ ଏବଂ ନୂଆ କିଏ ହେଲେ

    Related Posts

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    କୋରାପୁଟ-କିରାଣ୍ଡୁଲ ରେଳ ଲାଇନରେ ଭୂସ୍ଖଳନ ଯୋଗୁଁ ଟ୍ରେନ ସେବା ପ୍ରଭାବିତ

    ଗଛ ପ୍ରତି ଆଦର, ପୃଥିବୀ ପ୍ରତି ଦାୟିତ୍ୱ: ବଜ୍ରକୋଟ ବିଦ୍ୟାଳୟରେ ୭୬ତମ ବନମହୋତ୍ସବ ପାଳିତ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.