Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଜାତୀୟ ଖବର»ଏଣିକି ଓଡିଶାର ଜଳ ସଂପଦ ପରିଚାଳନା ପାଇଁ ବ୍ୟବହାର ହେବ ଏଆଇ ଟେକନୋଲୋଜି
    ଜାତୀୟ ଖବର

    ଏଣିକି ଓଡିଶାର ଜଳ ସଂପଦ ପରିଚାଳନା ପାଇଁ ବ୍ୟବହାର ହେବ ଏଆଇ ଟେକନୋଲୋଜି

    June 14, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link
    waterresource
    ଏଣିକି ଓଡିଶାର ଜଳ ସଂପଦ ପରିଚାଳନା ପାଇଁ ବ୍ୟବହାର ହେବ ଏଆଇ ଟେକନୋଲୋଜି

    ଭୁବନେଶ୍ବର: ରାଜ୍ୟ ଜଳ ସୂଚନା ବିଜ୍ଞାନ କେନ୍ଦ୍ର (ଏସଡବ୍ଲୁଆଇସି)ଏବଂ ଭୁବନେଶ୍ୱର ଆଇଆଇଟି ସହଯୋଗରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ର ବ୍ୟବହାର କରି ଜଳ ସମ୍ପଦର  ପରିଚାଳନା ଏବଂ ତଥ୍ୟ  ସଂଚାରଣ ଓ ଡିଜିଟାଇଜେସନର ଶ୍ରେଷ୍ଠ ଅଭ୍ୟାସ ଅବଲମ୍ବନ କରିବା  ସଂପର୍କିତ  ଏକ ବୈଷୟିକ  କର୍ମଶାଳା ଆଜି ଅନୁଷ୍ଠିତ  ହୋଇଯାଇଛି ।

    ଏହି କର୍ମଶାଳାକୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଉଦ୍ଘାଟନ କରିବା ସହିତ ଜଳ ସମ୍ପଦ ପରିଚାଳନା କ୍ଷେତ୍ରରେ  ଦେଖାଦେଉଥିବା ସମସ୍ୟାର ସମାଧାନ ପାଇଁ  ବୈଷୟିକ ଜ୍ଞାନକୌଶଳକୁ  ସମନ୍ୱିତ କରିବା ଏବଂ  ବୁଦ୍ଧିମାନ ତଥ୍ୟ ପ୍ରଣାଳୀର ଗୁରୁତ୍ୱ ରହିଥିବା ସଂପର୍କରେ ଆଲୋକପାତ କରିଥିଲେ ।

    ଏହି ଅବସରରେ ଉନ୍ନୟନ କମିଶନର କହିଛନ୍ତି ଯେ,  “ଆମେ “ବିକଶିତ ଓଡିଶା @୨୦୩୬” ଏବଂ “ବିକଶିତ ଭାରତ @୨୦୪୭” ପାଇଁ “ଭିଜନ ଡକ୍ୟୁମେଣ୍ଟ” ପ୍ରସ୍ତୁତ କରୁଛୁ, ଏବଂ ସେଥିରେ  ଆମେ ବିଭିନ୍ନ ଅଧ୍ୟାୟକୁ ଦେଖୁଛୁ, ତନ୍ମଧ୍ୟରୁ ମହିଳା ନେତୃତ୍ୱାଧିନ ବିକାଶ ହେଉ ବା ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ଏବଂ ସୁଶାସନରେ ଆଇଟିର ପ୍ରୟୋଗ ହେଉ, ସବୁଥିରେ ଡିଜିଟାଇଜେସନ ଏବଂ ତଥ୍ୟ ପରିଚାଳନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏହି ପ୍ରସଙ୍ଗରେ, ପ୍ରତ୍ୟେକ ବିଭାଗ ନିଜ ନିଜର ବିଭାଗର ଦକ୍ଷତା ବୃଦ୍ଧି କରିବା ପାଇଁ ଏଆଇ ଉପଯୋଗର ଆବଶ୍ୟକତା ରହିଥିବା ସଂପର୍କରେ ଶ୍ରୀମତୀ ଗର୍ଗ ଗୁରୁତ୍ୱାରୋପ କରିଥିଲେ ।

    ଜଳ ପରିଚାଳନାରେ  ସକ୍ରିୟ ଅଂଶୀଦାର, ବିଶେଷଜ୍ଞ ଏବଂ ଅଧିକାରୀମାନଙ୍କୁ ବୈଷୟିକ ଓ ସଂସ୍ଥାଗତ ଦକ୍ଷତାକୁ ସଶକ୍ତ  କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କର୍ମଶାଳା,  କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଏଆଇ ସାଧନଗୁଡ଼ିକର  ବ୍ୟବହାରକୁ ପ୍ରୋତ୍ସାହିତ କରିବା, ଜଳ ସମ୍ପଦ କ୍ଷେତ୍ରରେ ଡାଟା(ତଥ୍ୟ) ଆଧାରିତ ଯୋଜନା , ଦକ୍ଷ ନିରୀକ୍ଷଣ  ଓ ସୂଚନାଭିତ୍ତିକ ନିଷ୍ପତ୍ତି ନେଇ ଶ୍ରେଷ୍ଠ ଅଭ୍ୟାସ ଅବଲମ୍ବନ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି ।  ଏହି କର୍ମଶାଳା ଜଳ ପରିଚାଳନା କ୍ଷେତ୍ରରେ ରାଜ୍ୟର ଆଭିମୁଖ୍ୟକୁ ଜାତୀୟ ବିକାଶ ଲକ୍ଷ୍ୟ ଓ ବିଶ୍ୱର ସର୍ବୋତ୍ତମ ଅଭ୍ୟାସ ଆଭିମୁଖ୍ୟ ସହିତ ସଂଯୋଜିତ କରିବାର ସୁଯୋଗ ପ୍ରଦାନ କରିଛି ।

    କର୍ମଶାଳାରେ (ଏସଡବ୍ଲୁଆଇସି)ର ନିର୍ଦ୍ଦେଶକ  ଇଂ.  କୃଷ୍ଣ ଚନ୍ଦ୍ର ମହାନ୍ତି ଯୋଗଦେଇ ଜଳ ସମ୍ପଦର ସ୍ଥାୟୀ ଓ ସମାନତା ଭିତ୍ତିରେ  ପରିଚାଳନା ନିଶ୍ଚିତ କରିବା ପାଇଁ ତଥ୍ୟ ଆଧାରିତ ପରିଚାଳନା ମଡେଲ୍ ର ଆବଶ୍ୟକତା ସଂପର୍କରେ ଗୁରୁତ୍ୱାରୋପ କରିଥିଲେ । ଜଳ ସଂପର୍କିତ ତଥ୍ୟ ଏବଂ ଯୋଜନା ନୀତି ପ୍ରୟୋଗରେ ଏହାର ପ୍ରୟୋଗ ପାଇଁ ରାଜ୍ୟ ଜଳ ସୂଚନା  ବିଜ୍ଞାନ କେନ୍ଦ୍ର  ଏକ ଜ୍ଞାନ କେନ୍ଦ୍ର ଭାବେ ଭୂମିକା ନିର୍ବାହ କରିବ ବୋଲି ଗୁରୁତ୍ୱ ଦିଆଯାଇଛି ।

    ଉଦଘାଟନୀ ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଡଃ. ଚନ୍ଦ୍ରଶେଖର ପାଢୀ, ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ (ଆଇଆଇଡବ୍ଲୁଏମ)ର ନିର୍ଦ୍ଦେଶକ ଇଂ. ଏ. ଷଡ଼ଙ୍ଗୀ, କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ନିର୍ଦ୍ଦେଶକ ଡଃ. ବି.କେ ସାହୁ ପ୍ରମୁଖ ଯୋଗଦେଇ ବିଷୟ ପ୍ରସଙ୍ଗରେ ଉପସ୍ଥାପନ କରିଥିଲେ।

    ଅନୁଷ୍ଠିତ କର୍ମଶାଳାରେ ଏସଡବ୍ଲୁଆଇସି ଓ ଆଇଆଇଟି ଭୁବନେଶ୍ୱର ସହିତ ଏହି ମୂଲ୍ୟବାନ ଆଲୋଚନା ଓ ପ୍ରଶିକ୍ଷଣ ପଦକ୍ଷେପ, ଏଥିରେ ଅଂଶଗ୍ରହଣ କରିଥିବା ଅଂଶୀଦାର ଅନୁ​ଷ୍ଠାନ ତଥା ବିଭାଗର ସମସ୍ତ ଇଂଜିନିଅର, ଡାଟା ମ୍ୟାନେଜର , ଆଇ.ଟି. ପେଶାଦାର  ଏବଂ ଯୋଜନା ପ୍ରସ୍ତୁତକାରୀଙ୍କୁ ଜ୍ଞାନ ଆହରଣ କରିବା ଓ ସର୍ବୋତ୍ତମ ଅଭ୍ୟାସଗୁଡିକୁ ସମାନ୍ତରାଳ ଭାବେ ବିଭିନ୍ନ ବିଭାଗରେ ପ୍ରୟୋଗ କରାଯାଇପାରିବ,ସେ ସଂପର୍କରେ ଆଲୋଚନା କରାଯାଇଥିଲା।

    ଅନୁଷ୍ଠିତ ବୈଷୟିକ ଅଧିବେଶନ-୧ ରେ ଆଇଆଇଟି କମ୍ପ୍ୟୁଟର ବିଜ୍ଞାନ ଓ ଇଂଜିନିୟରିଂର ବିଭାଗୀୟ ମୁଖ୍ୟ ଡଃ. ଦେବୀ ପ୍ରସାଦ ଡୋଗ୍ରା ଯୋଗଦେଇ  କୃତ୍ରିମ  ବୁଦ୍ଧିମତା ଓ ତଥ୍ୟ  ବିଶ୍ଳେଷଣର ଗୁରୁତ୍ୱ ଏବଂ ଏହା ଜଳ ପରିଚାଳନା, କ୍ଷେତ୍ର ସର୍ବେକ୍ଷଣ ଓ କୃଷି ତଥା କୃଷିଭିତ୍ତିକ ନିଯୁକ୍ତିରେ କିପରି  ସହାୟକ ହୋଇପାରିବ,   ସେ ସଂପର୍କରେ  ଉପସ୍ଥାପନ କରିଥିଲେ ।  ପରେ ପରେ ଟିମ “ଭାସର” ତରଫରୁ ଜଳସଂପଦ ବିଭାଗରେ ବିକଶିତ “ୱାଟର ଇଆରପି” ( ଇମରଜେନସି ରେନ୍‌ସପନ୍‌ସ ପ୍ଲାନ) “ଗୋ ଓ୍ୱାଟର”  ସଂପର୍କରେ ଅଂଶଗ୍ରହଣକାରୀଙ୍କୁ ବୁଝାଯାଇଥିଲା ।

    ବୈଷୟିକ ଅଧିନ-୨ରେ  ଆଇଆଇଟି, ଭୁବନେଶ୍ୱର ସ୍କୁଲ ଅଫ  ଭୂ, ସାଗର ଏବଂ ଜଳବାୟୁ ବିଜ୍ଞାନର ପ୍ରାଧ୍ୟାପକ ଡଃ. ସନ୍ଦୀପ ପଟ୍ଟନାୟକ ଯୋଗଦେଇ ବର୍ଷା ପୂର୍ବାନୁମାନ ସଂପର୍କରେ ଏଆଇ କିପରି ଉଲ୍ଲେଖନୀୟ  ଭାବେ  ନିଷ୍ପତ୍ତି ନେବାରେ ଗୁରୁତ୍ୱଭୂମିକା  ନିର୍ବାହ କରୁଛି,  ସେ ସଂପର୍କରେ ଉପସ୍ଥାପନ  ପ୍ରକାଶ କରିଥିଲେ ।

    ବୈଷୟିକ ଅଧିନ-୩ରେ ଆଇଆଇଟି, ଭୁବନେଶ୍ୱର  କମ୍ପ୍ୟୁଟର ବିଜ୍ଞାନ  ଏବଂ ଇଞ୍ଜିନିୟରଂ ତଥା  ଇଲେକଟ୍ରିକାଲ ଓ କମ୍ପ୍ୟୁଟର ବିଜ୍ଞାନ ପ୍ରାଧ୍ୟାପକ ଡ଼ଃ ରାମ  ପ୍ରକାଶ ପାଢ଼ୀ ଯୋଗ ଦେଇ ଜଳ ପରିଚାଳନା ପାଇଁ ସର୍ବୋତ୍ତମ ଅଭ୍ୟାସ  ନିମନ୍ତେ  ଏଆଇ ମାଧ୍ୟମରେ ଅଧିକ ଶିକ୍ଷା  ଓ ଅନୁସଂନ୍ଧାନ  ଆବଶ୍ୟକତା ସଂପର୍କରେ  ଉପସ୍ଥାପନ କରିଥିଲେ ।  ଶେଷ ଅଧିବେଶନରେ  ଆଇଆଇଟି ସ୍କୁଲ ଅଫ  ଇନ୍‌ଫ୍ରାଷ୍ଟକ୍ଚର ର  ପ୍ରାଧ୍ୟାପକ ଡଃ. ମିନୁ ରାମଦାସ ସରକାର ଯୋଗ ଦେଇ ଜଳ ପରିଚାଳନା ଓ ଡିଜିଟାଲ ଟେକ୍ନୋଲୋଜି ସଂପର୍କରେ ଆଲୋକପାତ କରିଥିଲେ ।

    artificial intelligence WaterResource କୃତ୍ରିମ ବୁଦ୍ଧିମତ୍ତା ଜଳ ସଂପଦ ଜଳ ସୂଚନା ବିଜ୍ଞାନ କେନ୍ଦ୍ର
    Share. Facebook Twitter LinkedIn Email WhatsApp Copy Link
    Previous Articleରଜ ପାଇଁ ବଦଳିଲା ନନ୍ଦନକାନନ ଛୁଟି ତାଲିକା, ଏହିଦିନ ବନ୍ଦ ରହିବ ଚିଡିଆଖାନା
    Next Article ଇସ୍ରାଏଲ-ଇରାନ ଯୁଦ୍ଧ: ଜାଣନ୍ତୁ କେଉଁ ଦେଶ କାହାକୁ କରୁଛନ୍ତି ସମର୍ଥନ?, ପ୍ରକାଶ ପାଇଲା ତାଲିକା

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.