Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଜାତୀୟ ଖବର»ଭୁବନେଶ୍ବରରେ ବହୁ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଓଡିଶା ଭିଜନ ଉନ୍ମୋଚିତ
    ଜାତୀୟ ଖବର

    ଭୁବନେଶ୍ବରରେ ବହୁ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଓଡିଶା ଭିଜନ ଉନ୍ମୋଚିତ

    June 20, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link
    ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ବହୁ ପ୍ରକଳ୍ପର କଲେ ଶୁଭାରମ୍ଭ, ଓଡିଶା ଭିଜନ ୨୦୩୬ ଓ ୨୦୪୭’ ଉନ୍ମୋଚିତ

    ଭୁବନେଶ୍ବର: ଆଜି ଓଡିଶାରେ ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବହୁ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥି ସହିତ ସେ ଭିଜନ ଡକୁମେଣ୍ଟ ‘ଓଡିଶା ଭିଜନ ୨୦୩୬ ଓ ୨୦୪୭’ ର ପୁସ୍ତିକା ମଧ୍ୟ ଉନ୍ମୋଚିତ କରିଛନ୍ତି।

    • ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ଶୁଭାରମ୍ଭ

    ଏହି ଯୋଜନାରେ ଓଡ଼ିଶାର ବରପୁତ୍ରମାନଙ୍କର ଜନ୍ମସ୍ଥଳୀର ବିକାଶ କରାଯିବ। ଏହି ଯୋଜନା ଅନୁଯାୟୀ, ପ୍ରତ୍ୟେକ ଐତିହ୍ୟ ଗ୍ରାମ ପାଇଁ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସମ୍ପୂର୍ଣ୍ଣ ଯୋଜନାରେ ପ୍ରାୟ ୧୯ ହଜାର କୋଟି ଟଙ୍କା ବିନିଯୋଗ ହେବ।

    ଏହି ଯୋଜନାରେ ବରପୁତ୍ର ମାନଙ୍କ ଜନ୍ମସ୍ଥଳୀରେ ପୂର୍ବ ପୁରୁଷଙ୍କର ବାସଗୃହକୁ ସଂଗ୍ରହାଳୟ ଭାବେ ବିକାଶ କରିବା, ପ୍ରତିମୂର୍ତ୍ତି ସ୍ଥାପନା କରିବା, ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା କରିବା, ଶିଶୁ ଉଦ୍ୟାନ, କାରୁକଳା ଓ ପାକଶାଳା ଷ୍ଟଲ୍‌, ଇତ୍ୟାଦି ନିର୍ମାଣ, ଗ୍ରନ୍ଥାଗାର ନିର୍ମାଣ, ସମ୍ମିଳନୀ କକ୍ଷ, ଖୋଲା ଆକାଶ ନାଟ୍ୟମଞ୍ଚ ଇତ୍ୟାଦିର ନିର୍ମାଣ ଆଦି ପଦକ୍ଷେପ ନିଆଯାଇ ସେମାନଙ୍କ ଗ୍ରାମକୁ ଐତିହାସିକ ସାଂସ୍କୃତିକ ସ୍ମୃତିସ୍ଥଳ ଏବଂ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରିବାର ଲକ୍ଷ୍ୟ ରଖାଯାଇଛି ।

    • ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ପୁସ୍ତିକା ଉନ୍ମଚନ

    ଏହି ଯୋଜନାରେ ରାଜ୍ୟର ପ୍ରତି ପଞ୍ଚାୟତରେ ଅନ୍ୟୁନ ଗୋଟିଏ ଲେଖାଁଏ ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ଖୋଲିବା ପାଇଁ ସ୍ଥାନ ନିରୁପଣ ଓ DPR ପ୍ରସ୍ତୁତି କାର୍ଯ୍ୟ ଚାଲିଛି।

    • ଦୁଇଟି ନୂତନ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ

    ବୌଦ୍ଧ-ସମ୍ବଲପୁର ଓ ବୌଦ୍ଧ-ଭୁବନେଶ୍ୱର ନ୍ୟୁ

    • ୧୮,୬୫୩ କୋଟି ଟଙ୍କାର ୧୦୫ଟି ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ

    ପ୍ରଧାନମନ୍ତ୍ରୀ ଆଜି ୯,୬୪୨ କୋଟି ଟଙ୍କାର ୬୦ଟି ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ୯,୦୧୧ କୋଟି ଟଙ୍କାର ୪୫ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି।

    ଏଥିରେ କୃଷି ବିଭାଗର ଦୁଇଟି ପ୍ରକଳ୍ପ-୧୪୩ କୋଟି ଟଙ୍କା, ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ଗୋଟିଏ ପ୍ରକଳ୍ପ-୩୨ କୋଟି ଟଙ୍କା, ଜଳ ସମ୍ପଦ ଓ ପାନୀୟ ଜଳ ପାଇଁ ୧୯ଟି ପ୍ରକଳ୍ପ-୨୫୫୩ କୋଟି ଟଙ୍କା, ଶକ୍ତି କ୍ଷେତ୍ରରେ ୨୩ଟି ପ୍ରକଳ୍ପ-୮୦୮୩ କୋଟି ଟଙ୍କା, ସଡକ ଓ ସେତୁ ପାଇଁ ୨୨ଟି ପ୍ରକଳ୍ପ-୧୬୧୬ କୋଟି ଟଙ୍କା, ସହରାଞ୍ଚଳ ଭିତ୍ତିଭୂମି ପାଇଁ ୨୫ଟି ପ୍ରକଳ୍ପ-୧୮୫୮ କୋଟି ଟଙ୍କା, ରେଳ କ୍ଷେତ୍ରରେ ୭ଟି ପ୍ରକଳ୍ପ-୨୭୫୬ କୋଟି ଟଙ୍କା, ଜାତୀୟ ରାଜପଥ ୪ଟି ପ୍ରକଳ୍ପ-୧୪୩୨ କୋଟି ଟଙ୍କା , ବନ୍ଦର କ୍ଷେତ୍ରରେ ଗୋଟିଏ ପ୍ରକଳ୍ପ-୫୬ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ଗୋଟିଏ ପ୍ରକଳ୍ପ-୧୨୩ କୋଟି ଟଙ୍କା, ଏହିପରି ସମୁଦାୟ ୧୮,୬୫୩ କୋଟି ଟଙ୍କାର ୧୦୫ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି।

    ରେଳ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ୬ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ପାଇଁ ୨୭୫୬ କୋଟି ଟଙ୍କା ବିନିଯୋଗ ହୋଇଛି।

    ଗୁରୁତ୍ୱପୂର୍ଣ୍ଣ ସୋନପୁର-ପୁରୁଣା କଟକ ରେଳ ଲାଇନ୍ ଉଦଘାଟିତ ହୋଇଛି, ୭୩ କିଲୋମିଟର ଦୀର୍ଘ ଏହି ରେଳ ଲାଇନ ବହୁପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ୍ ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହାଦ୍ୱାରା ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାକୁ ରେଳ ସଂଯୋଗ ହୋଇପାରିଛି। ଏହା ସହିତ ସରଳା ଓ ଶାସନ ମଧ୍ୟରେ ତୃତୀୟ ଓ ଚତୁର୍ଥ ରେଳ ଲାଇନ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହିତ ଅନ୍ୟାନ୍ୟ ରେଳ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରାଯାଇଛି।

    • ଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧନା

    ସଭାରେ କିଛି ଲକ୍ଷପତି ଦିଦିଙ୍କୁ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

    • କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ଅଧୀନରେ ୧୦୦ ଟି ଇ.ଭି ବସ୍‌ର ଶୁଭାରମ୍ଭ

    ଏହି କାର୍ଯ୍ୟକ୍ରମରେ ୧୦୦ଟି ନୂଆ ଇଲେକ୍ଟ୍ରିକ୍ ବସ୍ ସେବା ଆରମ୍ଭ ହୋଇଛି। ପୁରୀ, ଭୁବନେଶ୍ୱର ଓ କଟକର ୧୧ଟି ରୁଟ୍ ରେ ପୂର୍ବରୁ ଆମ ବସ ସେବା ଜାରି ଥିବା ବେଳେ, ଏହି ୧୦୦ଟି ବସ୍ ଯୋଡି ହେବା ପରେ କ୍ୟାପିଟାଲ ରିଜିଅନରେ ଆଉ ୮ଟି ନୂଆ ରୁଟ୍‌ରେ ଆମ ବସ୍ ସେବା ପ୍ରଦାନ କରାଯିବ।

    ନୂତନ ଭାବେ ନିର୍ମିତ ନରାଜ୍ ଇଲେକ୍ଟ୍ରିକ୍ ବସ୍ ଡିପୋ ମଧ୍ୟ ଆଜି ଉଦଘାଟିତ ହୋଇଛି। ଏହି ୧୦୦ଟି ନୂଆ ଇଲେକ୍ଟ୍ରିକ୍ ବସ୍ ଏହି ନରାଜ ଡିପୋରୁ ହିଁ ଚଳାଚଳ କରିବ। ଏହି ନରାଜ ବସ୍ ଡିପୋ ସମ୍ପୂର୍ଣ୍ଣ ଭାବେ ଗ୍ରିନ ବିଲ୍‌ଡିଙ୍ଗ ଟେକ୍ନୋଲୋଜିର ନିର୍ମାଣ ହୋଇଛି।

    PM Modi in Odisha' ଓଡିଶାରେ ମୋଦି ନରେନ୍ଦ୍ର ମୋଦି ନରେନ୍ଦ୍ର ମୋଦୀ ବିଜେପି ସରକାର ବର୍ଷ ପୂର୍ତ୍ତି
    Share. Facebook Twitter LinkedIn Email WhatsApp Copy Link
    Previous Articleଓଡିଶା ଆସିବା ପଛର ବଡ ରହସ୍ୟ କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣିଲେ ହେବେ ଆଶ୍ଚର୍ଯ୍ୟ
    Next Article କର୍ଣ୍ଣାଟକରେ ଆଦିଚୁଞ୍ଚନଗିରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଉଦଘାଟନ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.