Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଜାତୀୟ ଖବର»ଓଡିଶାରେ ଡବଲ ଇଂଜିନ ସରକାର ପାଇଁ ମିଳିଲା ଡବଲ ଫାଇଦା, ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା
    ଜାତୀୟ ଖବର

    ଓଡିଶାରେ ଡବଲ ଇଂଜିନ ସରକାର ପାଇଁ ମିଳିଲା ଡବଲ ଫାଇଦା, ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା

    June 20, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link
    ModiInOdisha
    ଓଡିଶାରେ ଡବଲ ଇଂଜିନ ସରକାର ପାଇଁ ମିଳିଲା ଡବଲ ଫାଇଦା, ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ କଲେ ପ୍ରଶଂସା

    ଭୁବନେଶ୍ବର: ଓଡିଶାରେ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ସେ ଦୀର୍ଘ ଭାଷଣରେ ଓଡିଶା ସରକାରଙ୍କୁ ବେଶ ପ୍ରଶଂସା କରିଛନ୍ତି। ଏଥିସହିତ ସେ ଡବଲ ଇଂଜିନ ସରକାରରେ ଡବଲ ଫାଇଦା ହେଲା ବୋଲି କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ଓଡିଶାରେ ବିଜେପି ସରକାରଙ୍କ ଗୋଟିଏ ବର୍ଷ କେବଳ ହେଲା ତାହା ନୁହେଁ। ଓଡିଶାରେ ସୁଶାନ ଆସିବାର ଏକ ବର୍ଷ ପୂର୍ତ୍ତି ହେଲା ବୋଲି ମୋଦି କହିଥିଲେ।

    ସେ ଡବଲ ଇଂଜିନରେ ଡବଲ ଫାଇଦା ଉଦାହରଣ ଦେଇ କହିଥିଲେ ଯେ, ଓଡିଶାର ପୂର୍ବ ସରକାର ଆୟୁଷ୍ମାନ ଭାରତ ଲାଗୁ କରି ନ ଥିଲେ। ହେଲେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଓଡିଶା ଲୋକଙ୍କୁ ଡବଲ ଫାଇଦା ମିଳିଲା। କେନ୍ଦ୍ର ସରକାଙ୍କ ଆୟୁଷ୍ମାନ ଯୋଜନା ଏବଂ ରାଜ୍ୟର ଗୋପବନ୍ଧୁ ସ୍ବାସ୍ଥ୍ୟ ଯୋଜନା ମିଶି ଡବଲ ଫାଇଦା ଦେଉଛି। ସୁରାଟରେ ଓଡିଶାର ବହୁ ଲୋକ ଅଛନ୍ତି, ବର୍ତ୍ତମାନ ଏହି ଯୋଜନା ହେବା ଦ୍ବାରା ବାହାର ରାଜ୍ୟରେ ମଧ୍ୟ ଓଡିଶା ଲୋକେ ମାଗଣା ସେବା ପାଇପାରିବେ ବୋଲି କହିଥିଲେ।

    ସେହିପରି ସେ କିଶାନ ନିଧି ଯୋଜନା, ଓଡିଶାର କୃଷକମାନେ ସବୁ ସୁବିଧା ପାଉ ନ ଥିଲେ। ହେଲେ ଡବଲ ଇଂଜିନ ହେବା ଦ୍ବାରା ରାଜ୍ୟରେ କେନ୍ଦ୍ର ଯୋଜନା ଏବଂ ରାଜ୍ୟ ଯୋଦନା ମିଶି ଓଡିଶାର ଚାଷିଙ୍କୁ ଡବଲ ଫାଇଦା ପ୍ରଦାନ କରୁଛି। ସେହିପରି ବିଜେପି ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶୃତି ଦେଇଥିଲା ତାହାକୁ ମଧ୍ୟ ପୂରଣ କରିଛି। ଧାନ କ୍ବାଣ୍ଟଲ ପିଛା ଯେଉଁ ସବସିଡ ଦେବା ପାଇଁ ପ୍ରତିଶୃତି ଦେଇଥିଲା ତାହା ମଧ୍ୟ ପୂରଣ କରିଛି।

    ଓଡିଶାରେ ସରକାର ବେଶ ଭଲ କାମ କରୁଛି। ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବେଶ ଲୋକପ୍ରିୟ ହୋଇପାରିଛନ୍ତି ବୋଲି ମୋଦି କହିଥିଲେ। ଏପରିକି ସେ ସମ୍ବୋଧୀତ କରିବା ବେଳେ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୋଲି ମଧ୍ୟ ମୋଦି କହିଥିଲେ। ଭଲ କାମ କରିଥିବାରୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ପୁରା ଟିମକୁ ଧନ୍ୟବାଦ ପ୍ରଦାନ କରିଥିଲେ। ତେବେ ମୋଦି ରାଜ୍ୟର ପୂର୍ବ ସରକାରକୁ ସମାଲୋନା କରିଥିଲେ ମଧ୍ୟ ସେ ନବୀନ କିମ୍ବା ବିଜେଡିର ନାମ ନେଇ ନ ଥିଲେ।

    ସେହିପରି ପ୍ରଧାନମନ୍ତ୍ରୀ କଂଗ୍ରେସ ଶାସନକୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଦେଶବାସୀ ସ୍ବାଧୀନତା ପରଠାରୁ କଂଗ୍ରେସ ମଡେଲ ସରକାର ଦେଖିଥିଲେ। ଏବଂ ବିଜେପି ମଡେଲ ସରକାର ଦେଖୁଛନ୍ତି। ସେହି ସମୟରେ ଦେଶର ଆଦିବାସୀଙ୍କୁ ସରକାର ଉପେକ୍ଷା କରିଆସୁଥିଲେ। ଏପରିକି ସେମାନଙ୍କୁ ରାଜ୍ୟନୈତିକ ଅସ୍ତ୍ର କରିଥିଲେ ମଧ୍ୟ ସେମାନଙ୍କର ବିକାଶ କରି ନ ଥିଲେ। ବିଜେପି ସରକାର ଆସିବା ପରେ ସେମାନଙ୍କ ପାଇଁ ନୂଆନୂଆ ଯୋଜନା କରାଯାଇ ବିକାଶ କରାଯାଉଛି।

    ସେତେବେଳେ ଆଦିବାସୀ ଅଞ୍ଚଳ ନକ୍ସଲଙ୍କ ଆତଙ୍କରାଜ ଭିତରେ ବୁଡି ରହିଥିଲା। ହେଲେ ଆମ ସରକାର ଆସିବା ପରେ ଆଦିବାସୀଙ୍କ ବିକାଶ ପରେ ନକ୍ସଲଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଦିନ ଆସିବ ଦେଶରେ ଦେଖାଦେବ ଶୂନ୍ୟ ନକ୍ସଲବାଦ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ।

    ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଅଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଦୁଇ ଉପମୁଖ୍ୟମନ୍ତ୍ରୀ, ବିଜେପି ସଭାପତି ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟମାନେ ମଞ୍ଚରେ ଉପସ୍ଥିତ ଥିଲେ।

    ModiInOdisha One Year Odisha Govt PM Modi in Odisha' ଓଡିଶା ସରକାର ବର୍ଷ ପୂର୍ତ୍ତି ନରେନ୍ଦ୍ର ମୋଦି
    Share. Facebook Twitter LinkedIn Email WhatsApp Copy Link
    Previous Articleଇସ୍ରାଏଲ ସହିତ ଯୁଦ୍ଧ ମଧ୍ୟରେ ଆକାଶ ମାର୍ଗ ଖୋଲିଲା ଇରାନ, ସ୍ଵଦେଶ ଫେରିବେ ୧୦୦୦ ଭାରତୀୟ
    Next Article ରାଜ୍ୟରେ ମହିଳାମାନଙ୍କ ବିପର୍ଯ୍ୟସ୍ତ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଦେଶ କଂଗ୍ରେସର ଶାନ୍ତିପୂର୍ଣ୍ଣ ଅନଶନ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.