Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଜାତୀୟ ଖବର»ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରାଜ୍ୟସ୍ତରୀୟ ବଳିଦାନ ଦିବସ ପାଳିତ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
    ଜାତୀୟ ଖବର

    ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରାଜ୍ୟସ୍ତରୀୟ ବଳିଦାନ ଦିବସ ପାଳିତ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

    June 23, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link
    ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରାଜ୍ୟସ୍ତରୀୟ ବଳିଦାନ ଦିବସ ପାଳିତ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ରାଜ୍ୟସ୍ତରୀୟ ବଳିଦାନ ଦିବସ ଆଜି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି।

    ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟର ଯୁବବର୍ଗଙ୍କୁ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନ ଓ ଆଦର୍ଶକୁ ଅନୁସରଣ କରିବା ପାଇଁ ଆହ୍ୱାନ ଦେଇଥିଲେ ଓ କହିଥିଲେଯେ, ଡଃ ମୁଖାର୍ଜୀଙ୍କ ଜୀବନ ଏହି ଦେଶ ପାଇଁ ଏମିତି ଏକ ଉପହାର ଯାହା ପ୍ରତିଟି ଭାରତବାସୀଙ୍କୁ ଆଦର୍ଶ ଓ ପ୍ରେରଣା ଦିଏ। ତାଙ୍କ ଭାବନା, ଆଜି ସମଗ୍ର ଦେଶ ପାଇଁ ଏକ ଦିଗଦର୍ଶନ।

    ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି କହିଥିଲେଯେ,  ଜମ୍ମୁ-କଶ୍ମୀର ଭିତରେ ଭାରତର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ସେ ଜଣେ ଦୃଢ଼ ଯୋଦ୍ଧା ଭାବରେ ନିଜ କର୍ତ୍ତବ୍ୟରେ ଅଦମ୍ୟ ରହିଥିଲେ। ତାଙ୍କର ଅଭିମତ ଥିଲା, କାଶ୍ମୀର ଭାରତର ଅଭିନ୍ନ ଅଂଶ ଓ ଏଥିପାଇଁ କୌଣସି ବିଶେଷ ଧାରା ଦରକାର ନାହିଁ। ଏହି ଭାବନା ଗଭୀର ରାଷ୍ଟ୍ରପ୍ରେମର ପ୍ରତିଫଳନ।

    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷରେ ସମ୍ବିଧାନର ୩୭୦ ଧାରା ଓ ୩୫(କ)ର ଉଚ୍ଛେଦ କରିଛନ୍ତି। ଏହି ସାହସିକ ପଦକ୍ଷେପ କେବଳ ଯେ ଦେଶପାଇଁ ମଙ୍ଗଳମୟ ତାହା ନୁହେଁ, ଏହା ଶ୍ଯାମା ପ୍ରସାଦ ମୁଖାର୍ଜୀଙ୍କ ପାଇଁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଯେତେବେଳେ ବି ଜାମ୍ମୁ-କାଶ୍ମୀରର ନାମ ନିଆଯିବ ଶ୍ଯାମା ପ୍ରସାଦ ମୁଖାର୍ଜୀ ଏବଂ ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନାମ ବିନା ସବୁବେଳେ ଅଧା ହିଁ ରହିବ।“ ଡଃ ମୁଖାର୍ଜୀଙ୍କ ସ୍ଵପ୍ନ ଓ ସଂଘର୍ଷକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀ ପୂରଣ କରିଛନ୍ତି ବୋଲି ସେ କହିଥିଲେ।

    ରାଜ୍ୟରେ ପୂଜ୍ୟପୂଜାର ପରମ୍ପରା ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆମ ରାଜ୍ୟରେ ମଧ୍ୟ ପୂର୍ବ ସରକାର ଡଃ ମୁଖାର୍ଜୀଙ୍କର ବଳିଦାନ ଦିବସକୁ ପାଳନ କରୁନଥିଲେ କିନ୍ତୁ ଆମ ସରକାର ଏହାକୁ ଜାତୀୟ କର୍ତ୍ତବ୍ୟ ବୋଲି ସ୍ୱୀକାର କରି ପାଳନ କରୁଛି ଏବଂ ଆଗକୁ ମଧ୍ୟ କରିବ । ଆମର ଯୁବ ଶକ୍ତି ହିଁ ଦେଶର ଭବିଷ୍ୟତ । ଆଜି ରାଜ୍ୟସରକାର ଏକ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ସାରା ଓଡିଶାରେ ଯୁବ ଶକ୍ତି ବିକାଶ କାର୍ଯ୍ୟକ୍ରମ କରୁଛନ୍ତି । ଆଜି ଆମେ ଯେତେବେଳେ ଏକ ନୂଆ ଓଡ଼ିଶା ଗଢ଼ୁଛୁ, ଏକ ଶକ୍ତିଶାଳୀ ଭାରତର ଦିଗକୁ ବଢ଼ୁଛୁ, ଡଃ ମୁଖାର୍ଜୀଙ୍କ ନିତି ଓ ଦୃଷ୍ଟିକୋଣ ଆମକୁ ସଠିକ ମାର୍ଗ ଦେଉଛି।

    ଏହି ଅବସରରେ ଯୁବ ସମାଜକୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୀବନ ଓ ଆଦର୍ଶକୁ ଅନୁସରଣ କରନ୍ତୁ। ଦେଶପ୍ରେମ, ନୈତିକତା, ଓ ଅଖଣ୍ଡତା ପାଇଁ ସେ କିପରି ଅବିରତ ଲଢ଼ିଥିଲେ, ତାହା ଆମେ ଭୁଲିଯିବା ଉଚିତ୍ ନୁହେଁ। ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଏକ ଆନ୍ଦୋଳନର ଲେଲିହାନ ଶିଖା ରୂପେ ପ୍ରତ୍ୟେକ ଭାରତୀୟଙ୍କ ଜୀବନକୁ ପ୍ରଭାବିତ କରୁ।

    ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଡଃ ମୁଖାର୍ଜୀଙ୍କୁ ଯୁବ ଶକ୍ତିର ପ୍ରେରଣା ବୋଲି କହିବା ସହିତ ତାଙ୍କ ଜୀବନକୁ ମହାକାଶର ଉଲକା ସହିତ ତୁଳନା କରିଥିଲେ, ଯାହା ଆକାଶରେ ଅଳ୍ପ ସମୟ ରହିଲେ ମଧ୍ଯ ସମସ୍ତ ମହାକାଶ ଜଗତକୁ ପ୍ରଭାବିତ କରିଥାଏ, ସେହିପରି ଜଣେ ବ୍ୟକ୍ତିତ୍ୱ ଥିଲେ ଡଃ ମୁଖାର୍ଜୀ।

    ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂହ, ପାଲଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ମୁଖ୍ୟ ବକ୍ତା ଭାବେ ପ୍ରଫେସର ବସନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ।

    ଉକ୍ତ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

    ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀ ମୋହନ ଚରଣ ମାଝୀ
    Share. Facebook Twitter LinkedIn Email WhatsApp Copy Link
    Previous Articleପ୍ରଶଂସନୀୟ କାର୍ଯ୍ୟ ପାଇଁ ତିନି ଜଣ ରେଳ କର୍ମଚାରୀ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ
    Next Article ଧରାକୋଟର ଦଳିତଙ୍କୁ ଆକ୍ରମଣ ଅଭିଯୋଗକୁ ନେଇ ରାଜ୍ୟ କଂଗ୍ରେସ ଗଠନ କଲା ଅନୁଧ୍ୟାନ କମିଟି

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.