Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଜାତୀୟ ଖବର»ରଥଯାତ୍ରା ଶ୍ରଦ୍ଧାଳୁଙ୍କ ସେବାରେ ଭାରତୀୟ ରେଳ: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
    ଜାତୀୟ ଖବର

    ରଥଯାତ୍ରା ଶ୍ରଦ୍ଧାଳୁଙ୍କ ସେବାରେ ଭାରତୀୟ ରେଳ: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

    June 25, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ଵର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଜେସ୍ଥଳୀ ପବିତ୍ର ଶ୍ରୀକ୍ଷେତ୍ର ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇସାରିଛି। ଶ୍ରୀଗୁଣ୍ଡିଚା ଯାତ୍ରା ହେଉଛି ସାରା ବିଶ୍ୱରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଆସ୍ଥାର ଏକ ଯାତ୍ରା। ଏହି ତୀର୍ଥଯାତ୍ରୀମାନଙ୍କ ସେବାରେ ଭାରତୀୟ ରେଳ ସମ୍ପୂର୍ଣ୍ଣ ସମର୍ପିତ ଭାବେ ନିୟୋଜିତ ରହିଛି। ଶ୍ରୀକ୍ଷେତ୍ର ପୁରୀରେ ସେମାନଙ୍କର ଦିବ୍ୟ ଅନୁଭୂତି ଲାଗି ସବୁପ୍ରକାର ସୁବିଧା ଯୋଗାଇ ଦେଉଛି ରେଳବାଇ।

    ଗତ ୧୧ ବର୍ଷ ମଧ୍ୟରେ ଓଡ଼ିଶାର ରେଳ ଭିତ୍ତିଭୂମିରେ ଐତିହାସିକ ବିକାଶ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ନୀତି ଅନ୍ତର୍ଗତ, ଓଡ଼ିଶାର ରେଳ ବଜେଟ୍‌ ଆବଣ୍ଟନ ପରିମାଣ ୨୦୦୯-୧୪ ତୁଳନାରେ ୧୨ ଗୁଣ ବୃଦ୍ଧି ପାଇ ୨୦୨୫-୨୬ରେ ୧୦ ହଜାର ୫୦୦ କୋଟିରୁ ଅଧିକ ଟଙ୍କାରେ ପହଞ୍ଚିଛି। ୨୦୧୪ ପରଠାରୁ ଓଡ଼ିଶାରେ ୨,୧୦୦ କିଲୋମିଟର ନୂଆ ରେଳ ଲାଇନ୍‌ ନିର୍ମାଣ ହୋଇଛି। ଏହା ମାଲେସିଆର ସମ୍ପୂର୍ଣ୍ଣ ରେଳ ନେଟୱର୍କ ଠାରୁ ଅଧିକ ଲମ୍ବା।

    ଓଡ଼ିଶାରେ ନୂଆ ରେଳ ଟ୍ରାକ୍‌ ନିର୍ମାଣ ପାଇଁ ପ୍ରାୟ ୭୩ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ କାମ ଜାରି ରହିଛି। ୫୯ଟି ଅମୃତ ଷ୍ଟେସନ ବିକଶିତ କରାଯାଉଛି। ଏଥିମଧ୍ୟରୁ ୧୬ଟି ଷ୍ଟେସନ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ରହିଛି। ୬ଟି ବନ୍ଦେ ଭାରତ ଟ୍ରେନ୍‌ ରାଜ୍ୟର ୧୭ଟି ଜିଲ୍ଲାରେ ଯାତ୍ରୀ ସେବା ଯୋଗାଇ ଦେଉଛନ୍ତି।

    ରଥଯାତ୍ରା ସମୟରେ ଭାରତୀୟ ରେଳବାଇ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ। ପ୍ରତ୍ୟେକ ବର୍ଷ ରେଳବାଇ ଲକ୍ଷ ଲକ୍ଷ ରଥ ଯାତ୍ରା ତୀର୍ଥଯାତ୍ରୀଙ୍କୁ ସେବା ଯୋଗାଇଦିଏ।
    ତୀର୍ଥଯାତ୍ରୀଙ୍କ ପାଇଁ ସୁଗମ ଯାତ୍ରା ସୁବିଧା

    ଗତ ୧୧ ବର୍ଷ ମଧ୍ୟରେ ରଥଯାତ୍ରା ସ୍ୱତନ୍ତ୍ର ଟ୍ରେନ ସଂଖ୍ୟା ଚାରି ଗୁଣ ବୃଦ୍ଧି ପାଇଛି। ଚଳିତ ବର୍ଷ ପୁରୀକୁ ୮୫୦ଟି ନିୟମିତ ଏବଂ ୩୬୫ଟି ସ୍ୱତନ୍ତ୍ର ଟ୍ରେନ୍‌ ସେବା ସମେତ ମୋଟ୍‌ ୧୨୧୫ଟି ଟ୍ରେନ୍‌ ସେବା ଯୋଗାଇ ଦିଆଯାଉଛି। ଏହି ରେଳ ସେବା ଆକାଂକ୍ଷୀ ଜିଲ୍ଲା କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ଗଜପତି ଓ ଢେଙ୍କାନାଳ ସମେତ ରାଜ୍ୟର ବିଭିନ୍ନ ଉପାନ୍ତ ଆଦିବାସୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ର ପୁରୀକୁ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ଯୋଗାଇ ଦିଆଯିବ।

    ଦିବ୍ୟ ଅନୁଭୂତି ପାଇଁ ଏକ ଆରାମଦାୟକ ଯାତ୍ରା

    ସେବା ପରମୋ ଧର୍ମ ଭାବନା ନେଇ ରଥଯାତ୍ରା ସମୟରେ ଭାରତୀୟ ରେଳବାଇ ତୀର୍ଥଯାତ୍ରୀଙ୍କର ସମ୍ମାନ, ଆରାମ ଏବଂ ସୁରକ୍ଷା ସୁନିଶ୍ଚିତ କରିଥାଏ। ଚଳିତ ବର୍ଷ ସମାବେଶୀ ତୀର୍ଥ ଯାତ୍ରା ଲାଗି ସବୁଠୁ ବଡ଼ ଅଭିଯାନ ଆରମ୍ଭ କରାଯାଇଛି। ଦୈନିକ ୨ ଲକ୍ଷ ଯାତ୍ରୀଙ୍କ ସମେତ ପ୍ରାୟ ୨୦ ଲକ୍ଷ ତୀର୍ଥଯାତ୍ରୀଙ୍କୁ ସେବା ଯୋଗାଇ ଦେବାକୁ ରେଳବାଇ ପ୍ରସ୍ତୁତ। ଏକାଥରକେ ୨୫ ହଜାର ତୀର୍ଥଯାତ୍ରୀଙ୍କୁ ଆଶ୍ରୟ ଦେବା ଲାଗି ଏକ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ କରାଯାଇଛି। ଖରା ଓ ଗରମରୁ ରକ୍ଷା ପାଇଁ ତୀର୍ଥଯାତ୍ରୀଙ୍କ ନିମନ୍ତେ ଯଥେଷ୍ଟ ବନ୍ଦୋବସ୍ତ କରାଯାଇଛି। ଯଥେଷ୍ଟ ସଂଖ୍ୟାରେ ଖାଦ୍ୟ ଷ୍ଟଲ୍‌, ପାଣି ବୁଥ୍‌ ଓ କୁଲର୍‌ ବ୍ୟବସ୍ଥା କରାଯାଇଛି। ତୀର୍ଥଯାତ୍ରୀଙ୍କୁ ପ୍ରାୟ ୨.୫ ଲକ୍ଷ ମାଗଣା ଭୋଜନ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ପରିମଳ ଓ ସ୍ୱଚ୍ଛତା ପାଇଁ ଆଧୁନିକ ଜେଟ୍ ସଫେଇ ମେସିନ୍ ଏବଂ ସ୍ୱେରେଜ୍ ସକ୍ସନ୍ ଟ୍ରକ୍ ସମେତ ଉପଯୁକ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି। ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଯଥେଷ୍ଟ ସଂଖ୍ୟାରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ସିସିଟିଭି, ଡ୍ରୋନ୍ ଏବଂ ମୁଖମଣ୍ଡଳ ଚିହ୍ନଟ ବ୍ୟବସ୍ଥା ବା ଫେସ୍‌ ରେକଗ୍ନିସନ୍‌ ସିଷ୍ଟମ୍‌ ସେମାନଙ୍କୁ ସହାୟକ ହେବ।

    ଦିବ୍ୟାଙ୍ଗଜନ, ବୟସ୍କ, ମହିଳା ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ମେଡ଼ିକାଲ ବୁଥ୍‌, ଆମ୍ବୁଲାନ୍ସ ଓ ପ୍ରାଥମିକ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଚଳିତ ବର୍ଷ, ଭାରତୀୟ ରେଳବାଇ ପୁରୀ ରେଳ ଷ୍ଟେସନକୁ ଏକ ସମାବେଶୀ ତଥା ଆସ୍ଥାକେନ୍ଦ୍ରିତ ଜନ ସେବାର ଆଦର୍ଶ ଷ୍ଟେସନ ରୂପେ ବିକଶିତ କରିଛି।

    ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ପାଇଁ ସ୍ୱତନ୍ତ୍ର ରେଳ ଜ୍ୟାକ୍‌

    ରଥଯାତ୍ରାରେ ଇଞ୍ଜିନିୟର ଏବଂ ଟେକ୍ନିସିଆନଙ୍କ ସମେତ ଭାରତୀୟ ରେଳବାଇର ଏକ ବିଶେଷ ଦଳ ମଧ୍ୟ ନିୟୋଜିତ ହୋଇଥା’ନ୍ତି। ଏହି ଦଳ ଯାତ୍ରା ସମୟରେ ରଥଗୁଡ଼ିକର ସୁଗମ ଗତି ଏବଂ ମରାମତି କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ଉତ୍ତରଦାୟୀ ରହିଥାଏ। ଏହି ଦଳ ବିଶାଳ ରଥଗୁଡ଼ିକୁ ନିର୍ମାଣ ସ୍ଥଳରୁ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପରିବହନରେ ସହାୟତା କରେ।
    ନିର୍ଦ୍ଧାରିତ ମାର୍ଗରେ ରଥଗୁଡ଼ିକୁ ଯଥାସ୍ଥାନରେ ରଖିବା, ସେଗୁଡ଼ିକର ଅବସ୍ଥିତି ପ୍ରତି ଧ୍ୟାନ ଦେବା ଏବଂ ଆଗକୁ ଗଡ଼ାଇବାରେ ରେଳବାଇ ଦଳ ସ୍ୱତନ୍ତ୍ର ସ୍କ୍ରୁ ଜ୍ୟାକ୍‌ ବ୍ୟବହାର କରିଥାଏ। ଏହା ମାର୍ଗରେ ଆସୁଥିବା ବାଧାଗୁଡ଼ିକୁ ହଟେଇବା ଏବଂ ରଥଗୁଡ଼ିକ ମଧ୍ୟରେ ଯଥେଷ୍ଟ ଦୂରତା ବଜାୟ ରଖିବାରେ ମଧ୍ୟ ସହାୟତା କରିଥାଏ। ରଥଯାତ୍ରା ସରିବା ପର୍ଯ୍ୟନ୍ତ ଏହି ଦଳ ରଥଗୁଡ଼ିକ ପାଖରେ ରହିଥାଏ।

    ଭାରତୀୟ ରେଳବାଇ ଦେଶର ଜୀବନରେଖା ରୂପେ ଲୋକମୁଖରେ ମାନ୍ୟତା ଲାଭ କରିଛି। ରଥଯାତ୍ରାକୁ ନିଜର ଜୀବନରେଖା ରୂପେ ବିଚାର କରୁଥିବା ତୀର୍ଥଯାତ୍ରୀଙ୍କ ସମେତ ସବୁ ଭାରତୀୟଙ୍କ ସେବାରେ ରେଳବାଇ ପୂର୍ଣ୍ଣ ସମର୍ପିତ ରହିଛି।

    ଅଶ୍ୱିନୀ ବୈଷ୍ଣବ ଶ୍ରୀ ଜଗନ୍ନାଥ ଶ୍ରୀଗୁଣ୍ଡିଚା ଯାତ୍ରା ଶ୍ୱପ୍ରସିଦ୍ଧ ରଥଯାତ୍ରା
    Share. Facebook Twitter LinkedIn Email WhatsApp Copy Link
    Previous Articleରଥଯାତ୍ରାରେ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ’କୁ ବର୍ଜନ କରିବା ପାଇଁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
    Next Article ଅକାଳି ନେତା ବିକ୍ରମ ସିଂହ ମଜିଠିଆଙ୍କୁ ଗିରଫ କଲା ପଞ୍ଜାବ ଭିଜିଲାନ୍ସ ବ୍ୟୁରୋ, ୨୫ଟି ସ୍ଥାନରେ ଚଢ଼ାଉ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.