Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଜାତୀୟ ଖବର»ସିଂହଦ୍ବାରରୁ ଅଳ୍ପ ବାଟଯାଇ ଅଟକି ଗଲା ଜଗା, ସଂଧ୍ୟାରେ ରଥଟଣା ନେଇ ବିବାଦ, ଆସନ୍ତାକାଲି ପୁଣି ରଥଭିଡା
    ଜାତୀୟ ଖବର

    ସିଂହଦ୍ବାରରୁ ଅଳ୍ପ ବାଟଯାଇ ଅଟକି ଗଲା ଜଗା, ସଂଧ୍ୟାରେ ରଥଟଣା ନେଇ ବିବାଦ, ଆସନ୍ତାକାଲି ପୁଣି ରଥଭିଡା

    June 27, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link
    RathYatra
    ସିଂହଦ୍ବାରରୁ ଅଳ୍ପ ବାଟଯାଇ ଅଟକି ଗଲା ଜଗା, ସଂଧ୍ୟାରେ ରଥଟଣା ନେଇ ବିବାଦ, ଆସନ୍ତାକାଲି ପୁଣି ରଥଭିଡା

    ପୁରୀ: ଆଜି ତିନି ରଥ ଗୁଣ୍ଡିଚା ମନ୍ଦିରରେ ଲାଗିପାରିଲେ ନାହିଁ। ଏପରିକି ପ୍ରଭୃ ଜଗନ୍ନାଥ ସଂଧ୍ୟା ପର୍ଯ୍ୟନ୍ତ ସିଂହଦ୍ବାରରୁ ହଟିଲେ ନାହିଁ। ଫଳରେ କଣ ହେବ କେମିତି ରଥଟଣା ହେବ ସେ ନେଇ ସୃଷ୍ଟି ହେଲା ଦ୍ବନ୍ଦ। ରଥ ଟଣା ନ ହେଲେ ପରଂପରା ନଷ୍ଟ ହେବ ବୋଲି ଆଶଙ୍କା କରି ସଂଧ୍ୟା ସାତଟା ପରେ ନନ୍ଦିଘୋଷ ରଥକୁ ସାମାନ୍ୟ ସିଂହଦ୍ବାରରୁ ଆଗକୁ ନେଲେ। ତେବେ ରଥ ଟଣାରେ ଏପରି କାହିଁକି ବିଳମ୍ବ ହେଲା ବୋଲି ବିଭିନ୍ନ ମହଲରେ ବିବାଦ ସୃଷ୍ଟି ହୋଇଛି।

    ଆଜି ସକାଳେ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା ରଥଯାତ୍ରାର ନୀତି କାନ୍ତି। କେବଳ ପହଣ୍ଡି ବେଳେ ସାମାନ୍ୟ ବିଲମ୍ବ ହୋଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ତାହା ଠିକ୍ ହୋଇଥିଲା। ଆଜି ଅପରାହ୍ନ ୪ଟା ୫ ରେ ପ୍ରଥମେ ବଳଭଦ୍ରଙ୍କ ରଥ ଟଣାଯାଇଥିଲା। ହେଲେ ପ୍ରତି ମୂହୁର୍ତ୍ତରେ ବଳଭଦ୍ରଙ୍କ ରଥ ମୋଡ ନେଉଥିଲା। ତାହାକୁ ଠିକ କରି ପୁଣି ରଥ ଟଣା ହେବା ଦ୍ବାରା ସେଥିରେ ବହୁ ବିଳମ୍ବ ଘଟିଥିଲା।

    ଏହାପରେ ସୁଭଦ୍ରାଙ୍କ ରଥ ଟଣା ହୋଇଥିଲା। ହେଲେ ବଳଭଦ୍ରଙ୍କ ରଥ ଆଗରେ ଅଟକି ରହିବାରୁ ସୁଭଦ୍ରା ରଥ କିଛିବାଟ ଯିବା ପରେ ଆଉ ଆଗକୁ ଯାଇପାରି ନ ଥିଲା। ହେଲେ ପ୍ରଭୃ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଦୌ ଟଣାଯାଇ ପାରିଲା ନାହିଁ। ସେତେବେଳକୁ ପ୍ରାୟ ସଂଧ୍ୟା ହୋଇଯାଇଥିବାରୁ ରଥ ଟଣା ହେବାକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଥିଲା। କାରଣ ସଂଧ୍ୟାରେ ରଥ ଟଣା ହୋଇପାରିବ ନାହିଁ ଅନ୍ୟପଟେ ରଥ ଆଦୌ ଟଣା ନ ହେଲେ ପରଂପରା ଭଙ୍ଗ ହେବ ବୋଲି କୁହାଗଲା।

    ଏହିପରି ଦ୍ବନ୍ଦ ମଧ୍ୟରେ ପ୍ରାୟ ସଂଧ୍ୟା ସାତ ଟା ତିରିଶ ବେଳକୁ ପରଂପରା ଭଂଗ ହେବା ଭୟରେ ନନ୍ଦିଘୋଷ ରଥକୁ ସିଂହଦ୍ବାରର ଅଳ୍ପ ବାଟକୁ ଟଣାଯାଇଥିଲା। ହେଲେ ଏହାକୁ ନେଇ ବିଭିନ୍ନ ମହଲରେ ବିବାଦ ସୃଷ୍ଟି ହୋଇଛି। ପ୍ରଶ୍ନ ଉଠିଛି ଯେ ରଥ ଟଣାରେ କାହିଁକି ବିଳମ୍ବ ହେଲା। ସଂଧ୍ୟା ପୂର୍ବରୁ କାହିଁକି ନନ୍ଦିଘୋଷ ରଥକୁ ଆଗକୁ ଟିକିଏ ନିଆଗଲା ନାହିଁ। ଏହିପରି ବିଭିନ୍ନ ପ୍ରଶ୍ନ ମଧ୍ୟରେ ଭକ୍ତମାନେ ଅସନ୍ତୋଷ ଥିବାର ପରିଲକ୍ଷିତ ହୋଇଛି।

    ସବିଶେଷ ଖବର ଅନୁସାରେ ବର୍ତ୍ତମାନ ବଳଗଣ୍ଡି ଛକରେ ଅଟକିଛି ବଳଭଦ୍ରଙ୍କ ରଥ ଏବଂ ମରିଚିକୋଟ ଛକରେ ଅଟକିଛି ମା ସୁଭଦ୍ରାଙ୍କ ରଥ। ସିଂହଦ୍ଵାର ସାମ୍ନାରେ କିଛି ବାଟ ଯାଇ ଅଟକିଛି ନନ୍ଦିଘୋଷ ରଥ। ତେବେ ଏହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ଆସନ୍ତାକାଲି ସକାଳ ନଅ ଟାରେ ପୁଣି ଥରେ ରଥ ଟଣା ଯିବ।

    Rath Yatra Rath Yatra2025 rathyatra ରଥଟଣା ବିବାଦ ରଥଯାତ୍ରା ରଥଯାତ୍ରା ବିବାଦ ସଂଧ୍ୟାରେ ରଥଟଣା
    Share. Facebook Twitter LinkedIn Email WhatsApp Copy Link
    Previous Articleଗତ ୧୧ ବର୍ଷ ମଧ୍ୟରେ ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
    Next Article ବାଣପୁର: ରଙ୍କନାଥ ଓ ଚରଣ ଚକାଦେବଙ୍କ ରଥଯାତ୍ରା ଅନୁଷ୍ଠିତ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.