Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ବିଶେଷ ଖବର»ବଡ ଠାକୁରଙ୍କ ରଥ କାହିଁକି ମୋଡ ନେଲା, ବିଭିନ୍ନ ମହଲରେ ଚାଲିଲା ଆଲୋଚନା
    ବିଶେଷ ଖବର

    ବଡ ଠାକୁରଙ୍କ ରଥ କାହିଁକି ମୋଡ ନେଲା, ବିଭିନ୍ନ ମହଲରେ ଚାଲିଲା ଆଲୋଚନା

    June 28, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link
    ବଡ ଠାକୁରଙ୍କ ରଥ କାହିଁକି ମୋଡ ନେଲା, ବିଭିନ୍ନ ମହଲରେ ଚାଲିଲା ଆଲୋଚନା

    ପୁରୀ: ଗତକାଲି ବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣିବା ବେଳେ ବାରମ୍ବାର ମୋଡ ନେଇଥିଲା। ଫଳରେ ପୁରା ରଥ ଟଣା କାର୍ଯ୍ୟରେ ବିଳମ୍ବ ଘଟିଲା। ତେବେ ଏଥର ବଳଭଦ୍ରଙ୍କ ରଥ କାହିଁକି ମୋଡ ନେଲା ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କାରଣ ପୂର୍ବରୁ ସେପରି କିଛି ହେଉ ନ ଥିବା ବେଳେ ଏଥର ପ୍ରଭୃ ଏପରି କାହିଁକି କଲେ ବୋଲି ପଚରାଯାଉଛି।

    ଗତକାଲି ବଳଭଦ୍ରଙ୍କ ରଥ ଟଣାଯିବାର କିଛି ସମୟ ପରେ ତାହା ଡାହଣକୁ ମୋଡି ହୋଇଯାଇଥିଲା। ପୁଣି ସିଧା କରି ରାସ୍ତା ମଝିକୁ ଆଣି ଟାଣିବା ପରେ ମଧ୍ୟ ସେହି ମୋଡ ରହୁଥିଲା। ଯାହାକୁ ନେଇ ଡାହୁକ ମଧ୍ୟ ଅଡୁଆରେ ପଡିଯାଇଥିଲେ। ବାରମ୍ବାର ଏପରି ଘଟିବା ଦ୍ବାରା ରଥ ଉପରେ ଥିବା ସେବାୟତମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

    ତେବେ କେତେକ ସେବାୟତଙ୍କ କହିବା କଥା ଯେ, ଯେତେବେଳେ ରଥକୁ ନିର୍ମାଣ ସ୍ଥଳରୁ ସିଂହଦ୍ବାର ସାମନାକୁ ନିଆଗଲା ସେତେବେଳେ ଏହାକୁ ନେଇ ସନ୍ଦେହ ଥିଲା। କାରଣ ରଥ ସେତେବେଳେ ଠିକ ସ୍ଥାନରେ ନ ରହି ମୋଡି ହେଉଯାଉଥିଲା। ଏପରିକି ରଥ ରଥ ମଧ୍ୟରେ ଯେଉଁ ବ୍ୟବଧାନ ରହିବା କଥା ତାହା ମଧ୍ୟ ନ ଥିଲା।

    ଫଳରେ ବଡଠାକୁରଙ୍କ ରଥ ଯେତେବେଳେ ଭିଡା ଗଲା ସେତେବେଳେ ଡାହୁକ ଭକ୍ତମାନଙ୍କୁ ରଥକୁ ରାସ୍ତା ମଝିକୁ ଆଣିବାକୁ ନିର୍ଦ୍ଦେଶ ଦେବେ ବୋଲି କୁହାଯାଇଥିଲା। ହେଲେ ତାହା କରିବା ପାଇଁ ରଥ ସେହିପରି ମୋଡି ହୋଇ ଆଗକୁ ଗଲା। ରାସ୍ତା ମଝିରୁ ଡାହାଣକୁ ମୋଡି ହେଉଥିବାରୁ ଡାହୁକ ରଥଟଣା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଥିଲେ। ହେଲେ ଭକ୍ତମାନେ ତାହା ଶୁଣି ନ ଥିଲେ ବୋଲି କୁହାଯାଉଛି।

    ବଳଭଦ୍ରଙ୍କ ରଥର ଅବସ୍ଥା ଏପରି ହେବା ଦ୍ବାରା ରଥଟଣା ବେଶ ବିଳମ୍ବ ଘଟିଥିଲା। ସୁଭଦ୍ରାଙ୍କ ରଥ ଆସିବାରେ ବିଳମ୍ବ ଘଟିଲା। ଏପରି ଜଗନ୍ନାଥଙ୍କ ରଥ ମଧ୍ୟ ସଂଧ୍ୟା ପର୍ଯ୍ୟନ୍ତ ଇଞ୍ଚିଏ ପର୍ଯ୍ୟନ୍ତ ମଧ୍ୟ ଘୁଞ୍ଚି ନ ଥିଲା। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ରଥଯାତ୍ରା ଦିନ ଯଦି ରଥ ନ ଗଡିବ ତାହା ପରଂପରା ଭଙ୍ଗ ହେବ ବୋଲି କୁହାଗଲା। ଫଳରେ ରାତି ସାଢେ ସାତଟା ବେଳକୁ ନନ୍ଦିଘୋଷ ରଥ ଟଣା ହୋଇଥିଲା।

    Rath Yatra Rath Yatra2025 rathyatra ରଥଯାତ୍ରା ରଥଯାତ୍ରା 2025
    Share. Facebook Twitter LinkedIn Email WhatsApp Copy Link
    Previous Articleଆଜିଠୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ମ୍ୟାଚ୍, ଜାଣନ୍ତୁ ଟିମ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ
    Next Article ଓଡିଶାର ଏକ ଜଗନ୍ନାଥ ମନ୍ଦିରରେ ବହୁ ଭକ୍ତଙ୍କ ମେଳରେ ଛେରା ପହଁରା କଲେ ନବୀନ

    Related Posts

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    କୋରାପୁଟ-କିରାଣ୍ଡୁଲ ରେଳ ଲାଇନରେ ଭୂସ୍ଖଳନ ଯୋଗୁଁ ଟ୍ରେନ ସେବା ପ୍ରଭାବିତ

    ଗଛ ପ୍ରତି ଆଦର, ପୃଥିବୀ ପ୍ରତି ଦାୟିତ୍ୱ: ବଜ୍ରକୋଟ ବିଦ୍ୟାଳୟରେ ୭୬ତମ ବନମହୋତ୍ସବ ପାଳିତ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.