Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଜାତୀୟ ଖବର»ପୁରୀରେ ଦଳଚକଟା ନେଇ ତାତିଲା ଯୁବ କଂଗ୍ରେସ, ମୁଖ୍ୟମନ୍ତ୍ରୀ ବାସଭବନ ଘେରାଉ ବେଳେ ଧସ୍ତାଧସ୍ତି
    ଜାତୀୟ ଖବର

    ପୁରୀରେ ଦଳଚକଟା ନେଇ ତାତିଲା ଯୁବ କଂଗ୍ରେସ, ମୁଖ୍ୟମନ୍ତ୍ରୀ ବାସଭବନ ଘେରାଉ ବେଳେ ଧସ୍ତାଧସ୍ତି

    June 29, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link
    YouthCongress
    ପୁରୀରେ ଦଳଚକଟା ନେଇ ତାତିଲା ଯୁବ କଂଗ୍ରେସ, ମୁଖ୍ୟମନ୍ତ୍ରୀ ବାସଭବନ ଘେରାଉ ବେଳେ ଧସ୍ତାଧସ୍ତି

    ଭୁବନେଶ୍ବର: ଆଜି ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମୀମାନେ ଏଜି ଛକଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୁରୀ ରଥଯାତ୍ରା ପରିଚାଳନରେ ମହା ବିଫଳତା, ପରବର୍ତ୍ତୀ ପର୍ଯ୍ୟାୟରେ ଦଳାଚକଟା ଏବଂ ମୃତାହତ ପାଇଁ ଦାୟୀ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା । ସେଠାରେ ଅଧଘଣ୍ଟା ପର୍ଯ୍ୟନ୍ତ ଧସ୍ତାଧସ୍ତି ହେବାପରେ ଯୁବ କଂଗ୍ରେସର ନେତୃବର୍ଗ ଓ କର୍ମୀମାନଙ୍କୁ ପୋଲିସ ଭ୍ୟାନ ଯୋଗେ ଉଠାଇ ନେଇଥିଲା।

    ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର ମହାପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ପରିଚାଳନାକୁ ସଂପୂର୍ଣ ଖାମଖିଆଲି ଢ଼ଙ୍ଗରେ କରିଛନ୍ତି। ରଥଯାତ୍ରାର ସୁପରିଚାଳନା ପାଇଁ ୨୭୫ ଟି ଏଆଇ କ୍ୟାମେରା ଏବଂ ୧୦ ହଜାର ପୋଲିସ ଆୟୋଜନ କରାଯାଇଥିଲା ମାତ୍ର ଫଳ ଶୂନ । କ’ଣ ପାଇଁ ରଥଯାତ୍ରା ପରିଚାଳନା କମିଟି କରାଗଲା ନାହିଁ ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି । ଆଇନ ବିଭାଗ ତରଫରୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ତଦାରଖ ଏବଂ ମାର୍ଗଦର୍ଶନ କମିଟି ଗଠନ ହେଲା । ଯାହା ଘଟିଛି ତାକୁ ଏବେ ସମସ୍ତେ ଦେଖୁଛନ୍ତି ।

    କାଲି ସେଠାରେ ଭକ୍ତଙ୍କର ବହୁ ଭିଡ଼ ଲାଗିଥିଲେ ବି ପ୍ରଶାସନ ସଜାଗ ନଥିଲା । ହଠାତ ମହାପ୍ରଭୁଙ୍କ ପହଡ଼ ବିନା ସୂଚନାରେ ଖୋଲିଦେଲା ପରେ ଗତକାଲି ବିଳମ୍ବିତ ରାତିରେ ଦଳାଚକଟାରେ ତିନିଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୫୦ ରୁ ଉର୍ଦ୍ଧ୍ବ ଭକ୍ତ ଆହତ ହୋଇଛନ୍ତି । ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ ପାସ ବିଜେପିର ଦଳୀୟ କର୍ମୀଙ୍କୁ ବାଣ୍ଟି ଦିଆଯାଇଛି। ଏହି ଘୋଷଯାତ୍ରା ସାଧାରଣ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ନଥୁଲା ଏହା କେବଳ ବିଜେପି ଦଳ ଏବଂ କର୍ମୀମାନଙ୍କ ପାଇଁ ଉଦ୍ଦିଷ୍ଟଥ୍‌ଲା ବୋଲି ଅଭିଯୋଗ ହୋଇଛି ।

    ଅନ୍ୟପକ୍ଷରେ ମହାପ୍ରଭୁଙ୍କ ରଥ ସିଂହ ଦ୍ଵାରା ନିକଟରେ ଅଟକାଇ ଦିଆଗଲା । ଗୌତମ ଆଦାନୀ ରଥ ଟଣାରେ ସାମିଲ ହେବେ ବୋଲି ଜଗନ୍ନାଥଙ୍କୁ ବାଟରେ ଅଟକାଇ ଦେବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି ।

    ରଥଯାତ୍ରାରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଡିଜି ପୋଲିସ ଓ ସମୁଦାୟ ପ୍ରଶାସନ ଉପସ୍ଥିତ ଥ‌ିବା ବେଳେ ଭକ୍ତମାନଙ୍କୁ ଚରମ ଅବ୍ୟବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିଲା । ଭକ୍ତମାନେ ମୋହନ ସରକାରର ଏ ଅବ୍ୟବସ୍ଥା ପ୍ରତି ଚରମ ଅସନ୍ତୋଷ ପ୍ରକଟ କରିଛନ୍ତି । ରଥଯାତ୍ରାର ପରିଚାଳନାକୁ ସରକାର ଗୁରୁତ୍ବର ସହ ନେଇନାହାନ୍ତି। ଫଳସ୍ବରୂପ ନିରୀହ ଭକ୍ତମାନଙ୍କର ଜୀବନ ଗଲା ଏବଂ ବହୁ ଭକ୍ତମାନେ ଗୁରୁତର ଭାବେ ଆହତ ହୋଇଛନ୍ତି।

    ରଥଯାତ୍ରା ଦିନ ସାମ୍ବାଦିକ ମାନଙ୍କୁ ମଧ୍ୟ ପୋଲିସ ମରଣାନ୍ତକ ଆକ୍ରମଣ କରିଛନ୍ତି । ସୁତରାଂ ଏଭଳି ଅବ୍ୟବସ୍ଥା ସାରା ବିଶ୍ଵର ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କ ଆବେଗକୁ ଆଘାତ ଦେଇଛି । ଜଗନ୍ନାଥଙ୍କ ପ୍ରତି ଏ ସରକାରଙ୍କର ଆଚରଣ ଦୁଃଖଦାୟକ । ତେଣୁ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଯୁବ କଂଗ୍ରେସ ଦାବି କରିଛି।

    ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର, ମହମ୍ମଦ ଇମଦାଦ, ମନୋଜ ବିଶ୍ବାଳ, ସୁଦିପ ସାମଲ, ଅଜୟ ସାହୁ, କିରଣ ସାହୁ, ଗୋପନ ମାର୍ଥା, ଲିପିକା ପାତ୍ର, ଲକ୍ଷ୍ମୀପ୍ରିୟା ନାୟକ, ଉଦିତ ପ୍ରଧାନ, ମହମ୍ମଦ ଗୁଲଫାମ, ଆଲୋକ ଦାସ, ବଟକୃଷ୍ଣ ରାଉତରାୟ, ମହମ୍ମଦ ପରଭେଜ, ସୁରଜ ରାଉତ, ସ୍ପନ୍ଦନ ସ୍ବାଇଁ, ଜାଭେଦ ଅକତର, ସତ୍ୟଜିତ ପଟ୍ଟନାୟକ, ପ୍ରଶାନ୍ତ ରାଉତ, ପବିତ୍ର ସେଠୀ ପ୍ରମୁଖ ଯୋଗଦେଇଥିଲେ।

    Rath Yatra 2025 youthcongress ଯୁବ କଂଗ୍ରେସ ବିକ୍ଷୋଭ ରଥଯାତ୍ରା ରଥଯାତ୍ରା 2025 ରଥଯାତ୍ରା ଦଳାଚକଟା ଶରଧାବାଲିରେ ଦଳଚକଟା
    Share. Facebook Twitter LinkedIn Email WhatsApp Copy Link
    Previous Articleଶରଧାବାଲି ଦଳାଚକଟା ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଇସ୍ଥଫା ଦାବି କଲା କଂଗ୍ରେସ
    Next Article ବାଣପୁର: ସ୍କୁଟି ସହ ୬୦ ଲିଟର ଦେଶୀମଦ ଜବତ, ୨ ଗିରଫ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.