Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଞ୍ଚଳିକ»ଅନ୍ତ ହେବ ୨୧ ବର୍ଷର ଅପେକ୍ଷା: ୨୨ ରେ ବନ୍ଧୁମିଳନ ପାଇଁ ଗୋଦାବରୀଶ ମହାବିଦ୍ୟାଳୟ ୨୦୦୪ ବ୍ୟାଚ୍‌ର ନିଷ୍ପତ୍ତି
    ଆଞ୍ଚଳିକ

    ଅନ୍ତ ହେବ ୨୧ ବର୍ଷର ଅପେକ୍ଷା: ୨୨ ରେ ବନ୍ଧୁମିଳନ ପାଇଁ ଗୋଦାବରୀଶ ମହାବିଦ୍ୟାଳୟ ୨୦୦୪ ବ୍ୟାଚ୍‌ର ନିଷ୍ପତ୍ତି

    June 13, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ୱର: ୨୧ ବର୍ଷ ଅପେକ୍ଷାର ଅନ୍ତ ଘଟିବ। ପଢା ଶେଷ କରିବା ପରେ ବହୁ ବର୍ଷ ଧରି ବନ୍ଧୁମାନେ ଏକାଠି ହେବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ ମଧ୍ୟ ବ୍ୟସ୍ତ ବହୁଳ ଜୀବନଶୈଳୀ ବାଧା ସୃଷ୍ଟି କରିଥିଲା। ଛାତ୍ରଜୀବନ ଆଉ ବର୍ତ୍ତମାନ ଜୀବନ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଥିବା ଯୋଗୁଁ ପରସ୍ପରକୁ ଏକାଠି ପାଇ ଜଣେ ଅନ୍ୟ ଜଣଙ୍କର ବିଷୟରେ ଜାଣିବାର ଜିଜ୍ଞାସା ଏବେ ବୃଦ୍ଧି ପାଇଛି। ଶେଷରେ ସେମାନେ ସେହି କଳ୍ପନାକୁ ବାସ୍ତବରେ ପରିବର୍ତ୍ତନ କରିବା ପାଇଁ ଅଣ୍ଟା ଭିଡିଛନ୍ତି।

    ବନ୍ଧୁ ମିଳନ ଉତ୍ସବକୁ ମହାଧୂମଧାମରେ ପାଳନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗୋଦାବରୀଶ ମହାବିଦ୍ୟାଳୟର ୨୦୦୪ ବ୍ୟାଚ୍‌ର ବନ୍ଧୁମାନେ ନିଶ୍ଚିତ କରିଛନ୍ତି। ସେଥିପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଦିନ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦୦ ରୁ ଉର୍ଦ୍ଧ୍ଵ ବନ୍ଧୁମାନେ ଯୋଗ ଦେଇ ନିଜ ନିଜର ମତ ପ୍ରକାଶ କରିଛନ୍ତି। ଯଦିବା ଉକ୍ତ ଉତ୍ସବ ଲଗାତର ଭାବେ ଦ୍ୱିତୀୟ ଥର ପାଇଁ ପାଳନ କରାଯାଉଛି, କିନ୍ତୁ ପ୍ରଥମ ଥର ଅନେକ ବନ୍ଧୁଙ୍କ ଅନୁପସ୍ଥିତି ଯୋଗୁଁ ଉକ୍ତ ଉତ୍ସବରେ ଯୋଗ ଦେଇଥିବା ବନ୍ଧୁମାନଙ୍କୁ ନିରାଶ କରିଛି। ହେଲେ ଏଥର ବହୁ ସଂଖ୍ୟାରେ ବନ୍ଧୁମାନେ ଯୋଡ଼ି ହେବା ସହ ଉକ୍ତ ଉତ୍ସବକୁ ଭବ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରାଯାଇଛି।

    ଚଳିତ ମାସ ୨୨ ତାରିଖ ରବିବାର ଦିନ ଏହି ବନ୍ଧୁମିଳନ ପର୍ବ ଲଗାତର ଭାବେ ଦ୍ୱିତୀୟ ଥର ପାଇଁ ପାଳନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ସକାଳ ୯ଟାରୁ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହେବ। ବୃକ୍ଷରୋପଣ, ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବାର ଯୋଜନା ରହିଛି।

    ପୂର୍ବାହ୍ନ ୧୧ଟାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି। ଉକ୍ତ ବନ୍ଧୁ ମିଳନ ପର୍ବ ପାଇଁ ଦିଲ୍ଲୀପ ସ୍ୱାଇଁଙ୍କୁ ମୁଖ୍ୟ ସଂଯୋଜକ ଭାବେ ଚୟନ କରାଯାଇଥିଲା। ରଞ୍ଜନ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଭାସୀ ବୈଠକରେ ସିଦ୍ଧାର୍ଥ ଶଙ୍କର ଶ୍ୟାମପଦ ଦାସ, ରଞ୍ଜୟ କୁମାର ସାହୁ, ସନ୍ତୋଷ କୁମାର ବଳିୟାରସିଂହ, ଅଶୋକ କୁମାର ଘଡ଼େଇ, ସୁମିତ ପ୍ରଜ୍ଞ ଷଡ଼ଙ୍ଗୀ, ସୁଧୀର କୁମାର ମିଶ୍ର, ଶକ୍ତିମାନ ପାତ୍ର, ଶକ୍ତି ପ୍ରସାଦ ଦାଶ, ଅନୀଲ ପାତ୍ର, ଅଶୋକ କୁମାର ତରାଇ, ସଞ୍ଜୟ ବେହେରା, ରାଜୀବ କୁମାର ଜେନା, ଅରୁଣ କୁମାର ନାୟକ, ଅରୁଣ କୁମାର ବାରିକ, ବିକାଶ କୁମାର ବରାଳ, ଶୁଭଶ୍ରୀ ଭୋଳ, ଧନେଶ୍ୱର ଭୋଳ, ସଞ୍ଜୟ ଗୁରୁ, ବିରଞ୍ଜି ନାରାୟଣ ପାତ୍ର, ସୀମାଞ୍ଚଳ ନାୟକ, ରୀନା ରାଉତ, ସୌଭାଗିନୀ ପଣ୍ଡା, ସର୍ବେଶ୍ୱର ନାୟକ, ସ୍ୱାଗତ ପ୍ରଧାନ, ପୂଜାଫୁଲ ମହାରଥୀ ଓ ହିମାଂଶୁ ଶେଖର ପ୍ରଧାନଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

    ଦୂର ଦୂରାନ୍ତରେ ଥିବା ୨୦୦୪ ମସିହାରେ ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଓ କଳା ଡିଗ୍ରୀ ବିଭାଗରୁ ପଢ଼ା ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉକ୍ତ ବନ୍ଧୁ ମିଳନ ପର୍ବରେ ନିଜକୁ ସାମିଲ କରିବା ପାଇଁ ମୁଖ୍ୟ ସଂଯୋଜକ ଦିଲ୍ଲୀପ କୁମାର ସ୍ୱାଇଁ ନିବେଦନ କରିଛନ୍ତି।

    ଗୋଦାବରୀଶ ମହାବିଦ୍ୟାଳୟ ବନ୍ଧୁମିଳନ ବନ୍ଧୁମିଳନ ୨୦୦୪ ବ୍ୟାଚ୍‌
    Share. Facebook Twitter LinkedIn Email WhatsApp Copy Link
    Previous Articleଟିଭିରେ ଲାଇଭ ହେଉନାହିଁ ‘ଭାରତ ବନାମ ଭାରତ-ଏ ମ୍ୟାଚ୍’, ବିସିସିଆଇ କାହିଁକି ନେଲା ବଡ଼ ନିଷ୍ପତ୍ତି?
    Next Article ବିସ୍ତୃତ ରାଶିଫଳ: ଜୁନ ୧୪ ତାରିଖ ଶନିବାର ଦିନ ସାତୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

    Related Posts

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    ବଣାଇଗଡ଼ରେ ଚିତ୍ର ଶିଳ୍ପୀ ସୁଧୀର କୁମାର ସ୍ୱାଇଁ ସମ୍ମାନିତ

    ବାଣପୁର: କୃଷକ ସାଥି ନୀଳାଦ୍ରୀ ଭୂଷଣ ମିଶ୍ରଙ୍କ ଅକାଳ ବିୟୋଗ, କୃଷି ବିଭାଗରେ ଶୋକର ଛାୟା

    ବାଲୁଗାଁ: ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.