Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଞ୍ଚଳିକ»ବାଣପୁର: ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ଡ଼ଃ ମୃତ୍ୟୁଞ୍ଜୟ ଶତପଥୀଙ୍କ ଦ୍ୱାଦଶାହରେ ସ୍ମୃତିଚାରଣ ସଭା
    ଆଞ୍ଚଳିକ

    ବାଣପୁର: ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ଡ଼ଃ ମୃତ୍ୟୁଞ୍ଜୟ ଶତପଥୀଙ୍କ ଦ୍ୱାଦଶାହରେ ସ୍ମୃତିଚାରଣ ସଭା

    June 21, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ମାଟିର ଜଣେ କୃତି ସନ୍ତାନ ଗୋଦାବରୀଶ ମହାବିଦ୍ୟାଳୟର ପ୍ରାକ୍ତନ ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ତଥା ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିବା ସ୍ୱର୍ଗତ ଡ଼ଃ ମୃତ୍ୟୁଞ୍ଜୟ ଶତପଥୀଙ୍କ ଦ୍ୱାଦଶାହ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ଗୋଲଖ ବିହାରୀ ପରିଡ଼ାଙ୍କ ସଭାପତିତ୍ବରେ ଏବଂ ଚିଲିକା ସାହିତ୍ୟ ସମାଜ ସଭାପତି ବାଳମୁକୁନ୍ଦ ଦାସଙ୍କ ସଂଯୋଜନାରେ ଡ଼ଃ ଶତପଥୀଙ୍କ ସ୍ମୃତିଚାରଣ ସଭା ବିଭିନ୍ନ ଶିକ୍ଷାବିତ୍, ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ ଏବଂ ବନ୍ଧୁ ଓ ପରିବାର ବର୍ଗଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି।

    ରାଜ୍ୟ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ କ୍ରିଷ୍ଟୋଫର ତିଲକ, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, କଂଗ୍ରେସ ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ଭାରତୀୟ ଜନତା ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ଡ଼ଃ ଯତୀନ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ ଏବଂ ବିଭିନ୍ନ ସଂଗଠନ ତଥା ରାଜନୈତିକ ଦଳର ଅନେକ ନେତା ଉପସ୍ଥିତ ରହି ସ୍ମୃତି ଚାରଣ କରି ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ।

    ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଚିଲିକା ନିର୍ବାଚନ ମଣ୍ଡଳୀ ପ୍ରାକ୍ତନ ବିଧାୟକ ରଘୁନାଥ ସାହୁ, ଚିଲିକା ଆଞ୍ଚଳିକ ବିକାଶ ପରିଷଦ ସଂପାଦକ ସୁଶୀଲ କୁମାର ନନ୍ଦ, କାର୍ଯକାରୀ ସଭାପତି ଫକୀର ମୋହନ ଷଡ଼ଙ୍ଗୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉକ୍ତ ସଭାରେ ଯୋଗଦେଇ ସ୍ୱର୍ଗତ ଶତପଥୀଙ୍କ ସ୍ମୃତି ଚାରଣ କରିଥିଲେ।

    ଉକ୍ତ ସଭାରେ ଅତିଥି ଭାବେ ଯୋଗ ଦେଇ ବାଣପୁର ବରିଷ୍ଠ ନାଗରିକ ସଂଘ ସଭାପତି ଡ଼.ଚିନ୍ତାମଣି ମିଶ୍ର, ବର୍ଷୀୟାନ କବି ପୁରୁଷୋତ୍ତମ ମହାପାତ୍ର, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ପ୍ରାକ୍ତନ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ, ପ୍ରାକ୍ତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ସାହୁ, କୋରାପୁଟ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରଫେସର ତଥା ଗବେଷକ ଡକ୍ଟର ସତ୍ୟ ଷଡ଼ଙ୍ଗୀ, ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ, ପନ୍ତା କୂଳିଆ କବି ଦିଗମ୍ବର ବିଶ୍ୱାଳ, କ୍ୟାପଟେନ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଭବାନୀ ପ୍ରସାଦ ହୋତା, ଖୋର୍ଦ୍ଧା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ସ୍ୱର୍ଗତ ଶତପଥୀଙ୍କ କନିଷ୍ଠ ଭ୍ରାତା ଚନ୍ଦ୍ର ଶେଖର ଶତପଥୀ ପ୍ରମୁଖ ଯୋଗଦାନ କରି ଦିବଂଗତ ଆତ୍ମାର ସ୍ମୃତି ଚାରଣ କରିଥିଲେ।

    ଅନ୍ୟ ମାନଙ୍କ ମଧ୍ୟରେ ତାଙ୍କର ସୁପୁତ୍ର ଲଲାଟେନ୍ଦୁ ଶତପଥି, ସମାଜ ସେବୀ ଅନନ୍ତ ଚରଣ ଖଟେଇ, ପ୍ରଭାତ କୁମାର ବେହେରା, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ରବିନ୍ଦ୍ରନାଥ ମାନସିଂହ, ସାମ୍ବାଦିକ ବ୍ରଜକିଶୋର ଜେନା, ସାମ୍ବାଦିକ ତଥା ଆଇନଜୀବୀ ଅଶୋକ କୁମାର୍ ପାଇକରାୟ, ସାମ୍ବାଦିକ ଗୋବିନ୍ଦ ଚନ୍ଦ୍ର ଜାଲି, ଶିକ୍ଷାବିତ୍ ଲକ୍ଷ୍ମୀ ଚରଣ ପ୍ରଧାନ, ବିଷ୍ଣୁପ୍ରିୟା ବାରିକ, ପ୍ରମୁଖଙ୍କ ସହିତ ତାଙ୍କର ଅନ୍ୟାନ ବଂଧୁ ଓ ପରିବାର ବର୍ଗ ସ୍ୱର୍ଗତ ଆତ୍ମାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ସ୍ମୃତି ଚାରଣ କରିଥିଲେ।

    ସ୍ୱର୍ଗତ ଶତପଥୀଙ୍କ କନ୍ୟା ପ୍ରାଧ୍ୟାପିକା ଅସୀମା ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

    ଡ଼ଃ ମୃତ୍ୟୁଞ୍ଜୟ ଶତପଥୀ ବାଣପୁର ସ୍ମୃତିଚାରଣ ସଭା
    Share. Facebook Twitter LinkedIn Email WhatsApp Copy Link
    Previous Articleପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱରସ୍ଥିତ ରେଳ ଇଣ୍ଡୋର ଷ୍ଟାଡିୟମ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
    Next Article ରଣପୁର: ବିଦ୍ୟାଳୟରେ ଯୋଗ ଦିବସ ପାଳିତ

    Related Posts

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    ବଣାଇଗଡ଼ରେ ଚିତ୍ର ଶିଳ୍ପୀ ସୁଧୀର କୁମାର ସ୍ୱାଇଁ ସମ୍ମାନିତ

    ବାଣପୁର: କୃଷକ ସାଥି ନୀଳାଦ୍ରୀ ଭୂଷଣ ମିଶ୍ରଙ୍କ ଅକାଳ ବିୟୋଗ, କୃଷି ବିଭାଗରେ ଶୋକର ଛାୟା

    ବାଲୁଗାଁ: ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.