Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ବର୍ତ୍ତମାନର କୋଭିଡ-୧୯ ସ୍ଥିତି ଏବଂ ଜନସ୍ୱାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
    ଆଜିର ଖବର

    ବର୍ତ୍ତମାନର କୋଭିଡ-୧୯ ସ୍ଥିତି ଏବଂ ଜନସ୍ୱାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

    June 5, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ଭାରତରେ ବିଗତ କିଛିଦିନ ହେଲା କୋଭିଡ-୧୯ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ବର୍ତ୍ତମାନର କୋଭିଡ-୧୯ ସ୍ଥିତି ଓ ଜନସ୍ବାସ୍ଥ୍ୟ ପ୍ରସ୍ତୁତି ସଂପର୍କରେ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚଏସ) ଡକ୍ଟର ସୁନୀତା ଶର୍ମାଙ୍କ ଅଧ୍ୟକ୍ଷତାରେ ୨ ଏବଂ ୩ ଜୁନରେ କେତେକ ବୈଷୟିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିପର୍ଯ୍ୟୟ ପରିଚାଳନା ସେଲ୍, ଜରୁରୀକାଳୀନ ପରିଚାଳନା ପଦକ୍ଷେପ ସେଲ୍, ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି), ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର), ସମନ୍ୱିତ ରୋଗ ପର୍ଯ୍ୟବେକ୍ଷଣ କାର୍ଯ୍ୟକ୍ରମ (ଆଇଡିଏସପି) ଏବଂ ଦିଲ୍ଲୀର କେନ୍ଦ୍ର ସରକାରୀ ହସ୍ପିଟାଲର ପ୍ରତିନିଧିମାନଙ୍କ ସହିତ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ପ୍ରତିନିଧିମାନେ ଯୋଗ ଦେଇଥିଲେ।

    ବର୍ତ୍ତମାନର କୋଭିଡ-୧୯ ସ୍ଥିତି:

    ୪ ଜୁନ ସୁଦ୍ଧା ଭାରତରେ ୪୩୦୨ଟି ସକ୍ରିୟ ମାମଲା ଚିହ୍ନଟ ହୋଇଛି, ଯାହା ମଧ୍ୟରୁ ଗତ ୨୪ ଘଣ୍ଟାରେ ୮୬୪ଟି ମାମଲା ଚିହ୍ନଟ ହୋଇଛି । ଅଧିକାଂଶ ମାମଲା ସାମାନ୍ୟ ଓ ଘରେ ଉପଚାର ଯୋଗ୍ୟ ରହିଛି। ୧ ଜାନୁଆରୀ ୨୦୨୫ରୁ ଏପର୍ଯ୍ୟନ୍ତ ୪୪ଟି କୋଭିଡ୍ ମୃତ୍ୟୁ ରିପୋର୍ଟ ହୋଇଛି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ମୃତକଙ୍କର ପୂର୍ବରୁ ଅନ୍ୟାନ୍ୟ ରୋଗ ରହିଥିଲା।

    ସ୍ବାସ୍ଥ୍ୟସେବା ପ୍ରସ୍ତୁତି:

    ଅମ୍ଳଜାନ, ଏକାନ୍ତ ଶଯ୍ୟା, ଭେଣ୍ଟିଲେଟର ଓ ଜରୁରୀ ଔଷଧ ମହଜୁଦ ରଖିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। ଅମ୍ଳଜାନ ଯୋଗାଣ ବ୍ୟବସ୍ଥା (ପିଏସଏ ପ୍ଲାଣ୍ଟ, ଏଲଏମଓ ଟାଙ୍କ, ଏମଜିପିଏସ ଲାଇନ)ର ଆକଳନ ପାଇଁ ୨ ଜୁନରେ ଏକ ମକଡ୍ରିଲ ହୋଇଥିଲା। ୪ ଓ ୫ ଜୁନରେ ବ୍ୟବସ୍ଥାସ୍ତରୀୟ ମକଡ୍ରିଲ କରାଯାଉଛି।

    ସକର୍କତା :

    ଆଇଡିଏସପି ଅଧୀନରେ ଥିବା ରାଜ୍ୟ ଏବଂ ଜିଲ୍ଲା ପର୍ଯ୍ୟବେକ୍ଷଣ ୟୁନିଟ୍ ଇନଫ୍ଲୁଏଞ୍ଜା ପରି ରୋଗ (ଆଇଏଲଆଇ) ଏବଂ ଗମ୍ଭୀର ତୀବ୍ର ଶ୍ୱାସକ୍ରିୟା ରୋଗ (ଏସଏଆରଆଇ) ଉପରେ କଡ଼ା ନଜର ରଖୁଛନ୍ତି। ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଭର୍ତ୍ତି ହୋଇଥିବା ଏସଏଆରଆଇ ମାମଲା ଏବଂ ୫ ପ୍ରତିଶତ ଆଇଏଲଆଇ ମାମଲାଗୁଡିକର ପରୀକ୍ଷା ପାଇଁ ସୁପାରିଶ କରାଯାଇଛି। ପଜିଟିଭ୍ ଏସଏଆରଆଇ ନମୁନାଗୁଡ଼ିକୁ ଆଇସିଏମଆର ଭିଆରଡିଏଲ ନେଟୱାର୍କ ମାଧ୍ୟମରେ ସମ୍ପୂର୍ଣ୍ଣ ଜିନୋମ୍ ସିକୋଏନ୍ସିଂ ପାଇଁ ପଠାଯାଏ।

    ଲୋକମାନଙ୍କ ପାଇଁ ପରାମର୍ଶ:

    ଲୋକମାନଙ୍କୁ ହାତର ପରିଚ୍ଛନ୍ନତା ରକ୍ଷା, କାଶିବା ବେଳେ ସତର୍କତା ଓ ଅସୁସ୍ଥତା ବେଳେ ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବାକୁ ପରାମର୍ଶ ଦିଆଯାଉଛି। ଶ୍ବାସକ୍ରିୟା ଜନିତ ରୋଗ ଉପରେ ନିଜେ ନଜର ରଖବା ଓ ସ୍ଥିତି ଗୁରୁତର ହେଲେ ଡାକ୍ତରଖାନାକୁ ଯିବା ପାଇଁ ପରାମର୍ଶ ଦିଆଯାଉଛି । ଭୁଲ ସୂଚନା ଓ ଗୁଜବରୁ ରକ୍ଷା ପାଇବାକୁ ହେଲେ ଭରସାଯୋଗ୍ୟ ସୁତ୍ର ଯେପରିକି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ପିଆଇବିର ଓ୍ବେବସାଇଟ ଦେଖିବାକୁ ପରାମର୍ଶ ଦିଆଯାଉଛି।

    କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ସମୟୋଚିତ ହସ୍ତକ୍ଷେପ ଏବଂ ପ୍ରଭାବଶାଳୀ ଯୋଗାଯୋଗ ମାଧ୍ୟମରେ ଜନସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ରହିଛି।

    କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ କୋଭିଡ଼-୧୯ ଜନସ୍ୱାସ୍ଥ୍ୟ ପ୍ରସ୍ତୁତି
    Share. Facebook Twitter LinkedIn Email WhatsApp Copy Link
    Previous Articleବଡ଼ବଜାର ହତ୍ୟାକାଣ୍ଡ ମାମଲା: ୫ ଅଭିଯୁକ୍ତ ଗିରଫ
    Next Article ଜାତି ଗଣନା ସହିତ ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା-୨୦୨୭: ଜାଣନ୍ତୁ କେବେ?

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.