Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଭିଏତନାମରୁ ଆସିଥିବା ପ୍ରତିନିଧିମଣ୍ଡଳକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ
    ଆଜିର ଖବର

    ଭିଏତନାମରୁ ଆସିଥିବା ପ୍ରତିନିଧିମଣ୍ଡଳକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ

    June 5, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ ଏବଂ ଭିଏତନାମର ଉଚ୍ଚ ଅଧିକାରୀଙ୍କୁ ନେଇ ଗଠିତ ଏକ ପ୍ରତିନିଧିମଣ୍ଡଳ ମଧ୍ୟରେ ଅନୁଷ୍ଠିତ ଏକ ଆଲୋଚନାରେ ଭାରତ ଏବଂ ଭିଏତନାମ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ସହମତ ହୋଇଛନ୍ତି। ଏହି ପ୍ରତିନିଧିମଣ୍ଡଳର ନେତୃତ୍ୱ ଭିଏତନାମ କମ୍ୟୁନିଷ୍ଟ ପାର୍ଟି (ସିପିଭି) ର ପଲିଟବ୍ୟୁରୋ ସଦସ୍ୟ ଏବଂ ସିପିଭିର ସୂଚନା, ଶିକ୍ଷା ଏବଂ ଗଣ ଆନ୍ଦୋଳନ କେନ୍ଦ୍ରୀୟ କମିଶନର ଅଧ୍ୟକ୍ଷ ଙ୍ଗୁୟେନ ଟ୍ରୋଙ୍ଗ ଙ୍ଘିୟା ନେଇଥିଲେ। ବୈଠକରେ କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁଙ୍କ ସହିତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

    ଭାରତ ଏବଂ ଭିଏତନାମ ପାରମ୍ପରିକ ଭାବରେ ଘନିଷ୍ଠ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କ  ରଖିଆସିଛନ୍ତି। ୨୦୨୨ ମସିହାରେ, ଦୁଇ ଦେଶ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ତମ ବାର୍ଷିକୀ ପାଳନ କରିଥିଲେ। ୨୦୧୬ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଏତନାମ ଗସ୍ତ ସମୟରେ ଭାରତ-ଭିଏତନାମ ଦ୍ୱିପାକ୍ଷିକ ସମ୍ପର୍କକୁ ‘ବ୍ୟାପକ ରଣନୈତିକ ସହଭାଗୀତା’ ସ୍ତରକୁ ଉନ୍ନୀତ କରାଯାଇଥିଲା।

    ମଇ ୧ରୁ ୪ ତାରିଖରେ ଅନୁଷ୍ଠିତ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ, ୨୦୨୫ରେ ଭିଏତନାମର ବିଶାଳ ପ୍ରତିନିଧିମଣ୍ଡଳର ଅଂଶଗ୍ରହଣକୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡ. ମୁରୁଗନ ପ୍ରଶଂସା କରିଥିଲେ। ମହାମହିମ ଙ୍ଗୁୟେନ ଟ୍ରୋଙ୍ଗ ଙ୍ଘିୟା ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ଭାବରେ ଭାରତର ପ୍ରଭାବଶାଳୀ ଉତଥାନକୁ ପ୍ରଶଂସା କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ଦୃଢ଼ ବନ୍ଧୁତା ଏବଂ ସହଭାଗୀତା ଉପରେ ଗୁରୁତ୍ୱାରୋପ କରିଥିଲେ। ଦୁଇ ଦେଶର ଗଣମାଧ୍ୟମ ସଂଗଠନ ମଧ୍ୟରେ ସହଯୋଗ ବୃଦ୍ଧି କରିବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଏହି ଅବସରରେ ପ୍ରସ୍ତାବ ଦିଆଯାଇଥିଲା।

    ଦୁଇ ଦେଶ ସେମାନଙ୍କର ଗଭୀର ସଭ୍ୟତାଗତ ସମ୍ପର୍କକୁ ରେଖାଙ୍କିତ କରିଥିଲେ, ଯେଉଁଥିରେ ବୌଦ୍ଧ ଐତିହ୍ୟ ଅନ୍ତର୍ଭୁକ୍ତ। ଏହା ସହିତ ବହୁମୁଖୀ ସହଯୋଗକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ସକ୍ରିୟ ଭାବରେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ ହୋଇଥିଲେ।

    ଡକ୍ଟର ଏଲ. ମୁରୁଗନ ଭିଏତନାମ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
    Share. Facebook Twitter LinkedIn Email WhatsApp Copy Link
    Previous Articleକେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ “ଏକ୍ ପେଡ୍ ମା’ କେ ନାମ ୨.୦” ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ 
    Next Article ଜାମ୍ମୁ-କାଶ୍ମୀରରେ ଉନ୍ନତ ସଂଯୋଗୀକରଣ ପାଇଁ ପ୍ରକଳ୍ପଗୁଡ଼ିକର ରୂପରେଖ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.