Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଭାରତର ଯୁବ ପିଢ଼ି ବିଶ୍ୱ ସ୍ତରରେ ଏକ ଛାପ ସୃଷ୍ଟି କରିଛନ୍ତି: ପ୍ରଧାନମନ୍ତ୍ରୀ
    ଆଜିର ଖବର

    ଭାରତର ଯୁବ ପିଢ଼ି ବିଶ୍ୱ ସ୍ତରରେ ଏକ ଛାପ ସୃଷ୍ଟି କରିଛନ୍ତି: ପ୍ରଧାନମନ୍ତ୍ରୀ

    June 6, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଯୁବ ପିଢ଼ିଙ୍କ ବିଶ୍ୱସ୍ତରୀୟ ସଫଳତା ଉପରେ ଆଲୋକପାତ କରି କହିଛନ୍ତି ଯେ, ଭାରତର ଯୁବ ପିଢ଼ି ବିଶ୍ୱ ସ୍ତରରେ ଏକ ଛାପ ସୃଷ୍ଟି କରିଛନ୍ତି। ସେମାନଙ୍କୁ ଗତିଶୀଳତା, ନବସୃଜନ ଏବଂ ଦୃଢ଼ତାର ପ୍ରତୀକ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ଗତ ୧୧ ବର୍ଷ ମଧ୍ୟରେ ଦେଶର ଅଭିବୃଦ୍ଧି ଯୁବ ଶକ୍ତିର ଅତୁଳନୀୟ ଶକ୍ତି ଏବଂ ଦୃଢ଼ ବିଶ୍ୱାସ ଦ୍ୱାରା ପରିଚାଳିତ ହୋଇ ଆସୁଛି।

    ଷ୍ଟାର୍ଟ- ଅପ୍ ସମୂହ, ବିଜ୍ଞାନ, କ୍ରୀଡ଼ା, ସମାଜ ସେବା ଏବଂ ସଂସ୍କୃତି ସମେତ ବିଭିନ୍ନ କ୍ଷେତ୍ରରେ ଯୁବ ଭାରତୀୟମାନେ ଅସାଧାରଣ ଅବଦାନ ରଖିଛନ୍ତି। “ଗତ ୧୧ ବର୍ଷ ମଧ୍ୟରେ, ଆମେ ଯୁବ ପିଢ଼ିଙ୍କର ଏପରି ଅନେକ ଉଲ୍ଲେଖନୀୟ ଉଦାହରଣ ଦେଖିଛୁ, ଯେଉଁମାନେ କି ଅବିଶ୍ୱସନୀୟ କାର୍ଯ୍ୟ କରିଛନ୍ତି,’ ବୋଲି ସେ କହିଥିଲେ।

    ପ୍ରଧାନମନ୍ତ୍ରୀ ମୋଦୀ ଗତ ୧୧ ବର୍ଷ ମଧ୍ୟରେ ଯୁବ ସଶକ୍ତୀକରଣ ପାଇଁ ସରକାରୀ ନୀତିର ପରିବର୍ତ୍ତନକାରୀ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲେ। ଷ୍ଟାର୍ଟଅପ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ଭଳି ସରକାରୀ ପଦକ୍ଷେପଗୁଡ଼ିକ ଏହି ଦୃଢ଼ ବିଶ୍ୱାସରେ ନିହିତ ଯେ, ଯୁବ ପିଢ଼ିଙ୍କୁ ସଶକ୍ତ କରିବା ହେଉଛି ଏକ ରାଷ୍ଟ୍ରର ସବୁଠାରୁ ଶକ୍ତିଶାଳୀ କାର୍ଯ୍ୟ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।

    ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ୧୧ ବର୍ଷ ମଧ୍ୟରେ ସରକାର ଯୁବ ପିଢ଼ିଙ୍କୁ ସଶକ୍ତ କରିବା ପାଇଁ ନିରନ୍ତର ପ୍ରୟାସ କରିଛନ୍ତି। ନୂତନ ଶିକ୍ଷା ନୀତି ଏବଂ ଦକ୍ଷତା ବିକାଶ ଏବଂ ଷ୍ଟାର୍ଟ-ଅପ୍ ଉପରେ ଧ୍ୟାନ ଦେଇ, ଯୁବ ପିଢ଼ି ‘ବିକଶିତ ଭାରତ’ ସଂକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇଛନ୍ତି।

    ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ସରକାର ସର୍ବଦା ଯୁବ ଶକ୍ତିକୁ ସେମାନଙ୍କର ଉଜ୍ଜ୍ୱଳତାର ବିକିରଣ କରିବା ପାଇଁ ସମସ୍ତ ପ୍ରକାରର ସୁଯୋଗ ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଥିଲେ; “ଭାରତର ଯୁବ ପିଢ଼ି ବିଶ୍ୱ ସ୍ତରରେ ଏକ ଛାପ ସୃଷ୍ଟି କରିଛନ୍ତି। ଆମର ଯୁବଶକ୍ତି ଗତିଶୀଳତା, ନବସୃଜନ ଏବଂ ଦୃଢ଼ ନିଷ୍ପତ୍ତି ସହିତ ଜଡ଼ିତ। ଆମର ଯୁବ ପିଢ଼ି ଅତୁଳନୀୟ ଶକ୍ତି ଏବଂ ଦୃଢ଼ ବିଶ୍ୱାସ ସହିତ ଭାରତର ଅଭିବୃଦ୍ଧିକୁ ଆଗେଇ ନେଇଛନ୍ତି।’

    ଆମେ ଷ୍ଟାର୍ଟଅପ୍ ସମୂହ , ବିଜ୍ଞାନ, କ୍ରୀଡ଼ା, ସମାଜ ସେବା, ସଂସ୍କୃତି ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଅକଳ୍ପନୀୟ କାର୍ଯ୍ୟ କରିଥିବା ଯୁବ ପିଢ଼ିଙ୍କ ଉଲ୍ଲେଖନୀୟ ଉଦାହରଣ ଦେଖିଛୁ।
    ଗତ ୧୧ ବର୍ଷ ମଧ୍ୟ​‌​‌ରେ, ଯୁବ ପିଢ଼ିଙ୍କ ସଶକ୍ତୀକରଣ ପାଇଁ ନୀତି ଏବଂ କାର୍ଯ୍ୟକ୍ରମରେ ଏକ ନିର୍ଣ୍ଣାୟକ ପରିବର୍ତ୍ତନ ପରିଲକ୍ଷିତ ​‌ହୋଇଛି। ଷ୍ଟାର୍ଟଅପ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ଭଳି ସରକାରୀ ପଦକ୍ଷେପଗୁଡ଼ିକ ଏହି ଦୃଢ଼ ବିଶ୍ୱାସରେ ନିହିତ ଯେ ଯୁବ ପିଢ଼ିଙ୍କୁ ସଶକ୍ତ କରିବା ହେଉଛି ଏକ ରାଷ୍ଟ୍ରର ସବୁଠାରୁ ଶକ୍ତିଶାଳୀ କାର୍ଯ୍ୟ।

    ମୋର ବିଶ୍ୱାସ ଯେ ଆମର ଯୁବ ପିଢ଼ି ଏକ ବିକଶିତ ଭାରତ ଗଠନ ପାଇଁ ପ୍ରୟାସକୁ ଆହୁରି ମଜଭୁତ କରିବେ।

    ନରେନ୍ଦ୍ର ମୋଦୀ ନୂତନ ଶିକ୍ଷା ନୀତି ବିକଶିତ ଭାରତ ଷ୍ଟାର୍ଟ-ଅପ୍
    Share. Facebook Twitter LinkedIn Email WhatsApp Copy Link
    Previous Articleଭାରତୀୟ ଭାଷା ଅନୁଭାଗର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
    Next Article ଚରିତ୍ର ଗଠନ ହେଉଛି ଶିକ୍ଷାର ନିହିତ ଉଦ୍ଦେଶ୍ୟ: ଜାତୀୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.