Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଗୁଜରାଟରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି କେ ମିଶ୍ର
    ଆଜିର ଖବର

    ଗୁଜରାଟରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି କେ ମିଶ୍ର

    June 17, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଗୁଜରାଟର ଧୋଲେରା ଏବଂ ଲୋଥାଲରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିବା ସହ କ୍ଷେତ୍ରସ୍ତରୀୟ ଯାଞ୍ଚ ଏବଂ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିଳ୍ପ ଏବଂ ଆର୍ଥିକ ଅଭିବୃଦ୍ଧିର ଦୃଷ୍ଟିକୋଣ ସହିତ ସମନ୍ୱିତ।

    ଡକ୍ଟର ମିଶ୍ର ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଦ୍ୱାରା କାର୍ଯ୍ୟକାରୀ ହେଉଥିବା ନିର୍ମାଣାଧୀନ ଅହମ୍ମଦାବାଦ-ଧୋଲେରା ଗ୍ରୀନଫିଲ୍ଡ ଏକ୍ସପ୍ରେସୱେ ପରିଦର୍ଶନ କରିଥିଲେ। ଅହମ୍ମଦାବାଦ ଏବଂ ଧୋଲେରା ମଧ୍ୟରେ ଯାତ୍ରା ସମୟକୁ ୪୫ ମିନିଟକୁ ହ୍ରାସ କରିବା ଲାଗି ଏକ୍ସପ୍ରେସୱେର ସମ୍ଭାବନା ଉପରେ ସେ ଆଲୋକପାତ କରିଥିଲେ। ବିଶ୍ୱସ୍ତରୀୟ ସଡ଼କ ମାନକ ସହିତ ସମୟୋଚିତ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

    ଧୋଲେରା ସ୍ୱତନ୍ତ୍ର ନିବେଶ କ୍ଷେତ୍ର (ଡିଏସଆଇଆର)ଠାରେ ଡ. ମିଶ୍ର ଧୋଲେରା ଅନ୍ତର୍ଜାତୀୟ ବିମାନ ବନ୍ଦରର ଅଗ୍ରଗତିର ମୂଲ୍ୟାଙ୍କନ କରିଥିଲେ। ଅଧିକାରୀମାନେ ତାଙ୍କୁ ସୂଚନା ଦେଇଥିଲେ ଯେ, ୨୦୨୫ ମସିହା ଅକ୍ଟୋବର ମାସ ସୁଦ୍ଧା ମାଲ ପରିବହନ କାର୍ଯ୍ୟ ଆରମ୍ଭ ହେବ। ସମୟସୀମାକୁ ଅନୁସରଣ କରିବା ଏବଂ ଏକ୍ସପ୍ରେସୱେ ସହିତ ନିରବଚ୍ଛିନ୍ନ ସଂଯୋଗ ସୁନିଶ୍ଚିତ କରିବା ପାଇଁ ସେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

    ଡକ୍ଟର ମିଶ୍ର ଘରୋଇ ଚିପ୍ ଉତ୍ପାଦନରେ ଏକ ଫ୍ଲାଗସିପ୍ ପଦକ୍ଷେପ ଟାଟା ଇଲେକ୍ଟ୍ରୋନିକ୍ସର ସେମିକଣ୍ଡକ୍ଟର ଫେବ୍ରିକେସନ୍ (ଫାବ୍) ପ୍ରକଳ୍ପ ନିରୀକ୍ଷଣ କରିଥିଲେ। ସେ ମୋବାଇଲ୍ ଉପକରଣ, ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ୍ ଆପ୍ଲିକେସନ୍ ପାଇଁ ଚିପ୍ ସମେତ ଏହାର ଉତ୍ପାଦନ ପରିସର ସମୀକ୍ଷା କରିଥିଲେ। ସେ ଧୋଲେରା ଇଣ୍ଡଷ୍ଟ୍ରିଆଲ୍ ସିଟି ଡେଭଲପମେଣ୍ଟ ଲିମିଟେଡ୍ (ଡିଆଇସିଡିଏଲ) ଦ୍ୱାରା ବିକଶିତ ସାମାଜିକ ଭିତ୍ତିଭୂମି ପ୍ରକଳ୍ପ-ବିଦ୍ୟାଳୟ, ଡାକ୍ତରଖାନା ଏବଂ ଆବାସିକ କମ୍ପ୍ଲେକ୍ସ ମଧ୍ୟ ପରିଦର୍ଶନ କରିଥିଲେ। ସେ ବ୍ୟବହାରକାରୀଙ୍କ ଅଭିଜ୍ଞତା ଉପରେ ଗୁରୁତ୍ୱ ଦେଇ ଅଂଶୀଦାରମାନଙ୍କ ମତାମତ ଏକୀକରଣ ପାଇଁ ଆହ୍ୱାନ କରିଥିଲେ।

    ଡକ୍ଟର ମିଶ୍ର ଡିଆଇସିଡିଏଲ୍, ଡିଆଇଏସିଏଲ୍, ଏନଏଚଏଆଇ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଏବଂ ଭାରତୀୟ ରେଳବାଇର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବିସ୍ତୃତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଅହମ୍ମଦାବାଦ-ଧୋଲେରା ଏକ୍ସପ୍ରେସୱେ, ଭୀମନାଥ-ଧୋଲେରା ମାଲ ପରିବହନ ରେଳ ସଂଯୋଗ, ଅହମ୍ମଦାବାଦ-ଧୋଲେରା ସେମି-ହାଇସ୍ପିଡ ରେଳ ଲାଇନ, ଧୋଲେରା ଅନ୍ତର୍ଜାତୀୟ ବିମାନ ବନ୍ଦର ସମେତ ପ୍ରମୁଖ ପ୍ରକଳ୍ପଗୁଡ଼ିକର ସେ ସମୀକ୍ଷା କରିଥିଲେ। ଶ୍ରୀ ମିଶ୍ର ଧୋଲେରାକୁ ଏକ ବିଶ୍ୱସ୍ତରୀୟ ସ୍ମାର୍ଟ ଶିଳ୍ପ ସହର ଭାବେ ବିକଶିତ କରିବା ଲାଗି ଗୁଜରାଟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସମୟୋଚିତ ଭାବେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା, କୁଶଳୀ ଶ୍ରମଶକ୍ତିର ଉପଲବ୍ଧତା ଏବଂ ସୁଦୃଢ଼ ଯୋଜନାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

    ଡ. ମିଶ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଅଧୀନରେ ଏକ ଫ୍ଲାଗସିପ୍ ପଦକ୍ଷେପ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସ (ଏନଏମଏଚସି) ପରିଦର୍ଶନ କରିଥିଲେ। ସେ ସେ ମନ୍ତ୍ରଣାଳୟର ସଚିବ ଶ୍ରୀ ଟି. ରାମଚନ୍ଦ୍ରନ ଏବଂ ମନ୍ତ୍ରଣାଳୟ, ଗୁଜରାଟ ସାମୁଦ୍ରିକ ବୋର୍ଡ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ, ଏନଏଚଏଆଇ ଏବଂ ଭାରତୀୟ ରେଳବାଇର ଅନ୍ୟ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରି କହିଥିଲେ ଯେ, ଏନଏମଏଚସି ଭାରତର ସାମୁଦ୍ରିକ ଅତୀତ ପ୍ରତି ଏକ ଉପଯୁକ୍ତ ସମ୍ମାନ ଭାବେ କାର୍ଯ୍ୟ କରିବା ଉଚିତ। ସେ ଗଭୀର ଗବେଷଣା, ଶୈକ୍ଷିକ ସହଯୋଗ ଏବଂ ଏକ ସୁଚିନ୍ତିତ ଯୋଜନାବଦ୍ଧ ପରିଦର୍ଶକ ଅଭିଜ୍ଞତା ଉପରେ ଗୁରୁତ୍ୱାରୋପ କରିଥିଲେ।

    ଡକ୍ଟର ମିଶ୍ର ସ୍ଥାନୀୟ ପ୍ରଜାତି ବୃକ୍ଷରୋପଣ ଏବଂ ଜଳ ପରିଚାଳନା ବ୍ୟବସ୍ଥା ସମେତ ପରିବେଶଗତ ଦୀର୍ଘସ୍ଥାୟୀତ୍ୱ ପଦକ୍ଷେପଗୁଡ଼ିକର ସମୀକ୍ଷା ମଧ୍ୟ କରିଥିଲେ। ସେ ଏନଏମଏଚସିର ଅତୁଳନୀୟ ପରିସର ଏବଂ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ହରପ୍ପା ସଭ୍ୟତାରୁ ଭାରତର ସାମୁଦ୍ରିକ ଐତିହ୍ୟକୁ ବର୍ଣ୍ଣନା କରୁଥିବା କଳାକୃତିଗୁଡ଼ିକୁ ସଂଗୃହୀତ କରିବାର ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ। ଡକ୍ଟର ମିଶ୍ର ଛଅଟି ଗ୍ୟାଲେରୀ ସମେତ ପର୍ଯ୍ୟାୟ ଆଇ-ଏ ନିର୍ମାଣ କାର୍ଯ୍ୟ ମଧ୍ୟ ନିରୀକ୍ଷଣ କରିଥିଲେ ଏବଂ ଅଗଷ୍ଟ ୨୦୨୫ ସୁଦ୍ଧା ଏହାର ସମାପ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ।

    ଡକ୍ଟର ମିଶ୍ରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ତରୁଣ କପୁର, ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପସଚିବ ମଙ୍ଗେଶ ଘିଲଡିୟାଲ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

    ଗୁଜରାଟ ଡକ୍ଟର ପି.କେ.ମିଶ୍ର ନରେନ୍ଦ୍ର ମୋଦୀ
    Share. Facebook Twitter LinkedIn Email WhatsApp Copy Link
    Previous Articleପଞ୍ଚମ ଦିବସରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଜନକଲ୍ୟାଣ ଯୋଜନା ବିକାଶ ମେଳା
    Next Article ମାତ୍ର ୧୬ ବର୍ଷ ବୟସରେ ସେ ସ୍ଥାପନ କରିଛନ୍ତି ୧୦୦୦୦୦୦୦୦୦ ଟଙ୍କାର ଏକ ଟେକ୍ କଂପାନୀ, ସେ କିଏ ?

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.