Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଅନ୍ତରାଷ୍ଟ୍ରୀୟ»ମାତ୍ର ୧୬ ବର୍ଷ ବୟସରେ ସେ ସ୍ଥାପନ କରିଛନ୍ତି ୧୦୦୦୦୦୦୦୦୦ ଟଙ୍କାର ଏକ ଟେକ୍ କଂପାନୀ, ସେ କିଏ ?
    ଅନ୍ତରାଷ୍ଟ୍ରୀୟ

    ମାତ୍ର ୧୬ ବର୍ଷ ବୟସରେ ସେ ସ୍ଥାପନ କରିଛନ୍ତି ୧୦୦୦୦୦୦୦୦୦ ଟଙ୍କାର ଏକ ଟେକ୍ କଂପାନୀ, ସେ କିଏ ?

    June 17, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link
    Pranjali Awasth
    ମାତ୍ର ୧୬ ବର୍ଷ ବୟସରେ ସେ ସ୍ଥାପନ କରିଛନ୍ତି ୧୦୦୦୦୦୦୦୦୦ ଟଙ୍କାର ଏକ ଟେକ୍ କଂପାନୀ, ସେ କିଏ ?

    The Samikhsya Desk: କଥାରେ ଅଛି ପ୍ରତିଭା ପାଖରେ ବୟସ ହାର ମାନେ। ଅର୍ଥାତ ଯାହାର ପ୍ରତିଭା ଅଛି ତାହା କେତେବେଳେ ବା ଯେ କୌଣସି ବୟସରେ ଫୁଟି ବାହାରିଯାଏ। ଉଦାହରଣ ସ୍ବରୂପ ଜଣେ ଆମେରିକାରେ ରହୁଥିବା ଭାରତୀୟ ବଂଶୋଭବର ବାଳିକାକୁ  ନିଆଯାଇପାରେ। ସେ କୋଟି କୋଟି ଟଙ୍କାର ଏକ ଟେକନୋଲୋଜି କଂପାନୀ ଖୋଲି ସାରା ବିଶ୍ବରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ନାମ ହେଉଛି ପ୍ରାଞ୍ଜଳୀ ଅବସ୍ଥି ବା Pranjali Awasth.

    ପ୍ରାଞ୍ଜଳୀ ଅବସ୍ଥି ମାତ୍ର ୧୬ ବର୍ଷ  ବୟସରେ ଏକ ଟେକ୍ କଂପାନୀ ପ୍ରତିଷ୍ଠା କରି ଖବରର ଶିରୋନାମା ପାଲଟିଛନ୍ତି। ତାଙ୍କୁ ଯେତେବେଳେ ବାର ବର୍ଷ ସେତେବେଳେ ସେ କୋଡିଂ ଶିକ୍ଷା କରିଥିଲେ। ଏହାପରେ ଏହି କୋଡିଂ କାର୍ଯ୍ୟରେ ସେ ଏତେ ମଜିଗଲେ ଯେ, ତାହାକୁ ଏହି କଂପାନୀ କରିବା ପାଇଁ ମନସ୍ଥ କଲେ। ଆଉ ସେ କରି ଦେଖାଇଦେଲେ ମଧ୍ୟ। କିଶୋରୀ ପ୍ରାଞ୍ଜଳୀ ଅବସ୍ଥିଙ୍କ ଏହି କୋଡିଂ ଟେକ୍ କଂପାନୀ ମୂଲ୍ୟ ବର୍ତ୍ତମାନ ପ୍ରାୟ ୧୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

    ଯେତେବେଳେ ଅନ୍ୟ କିଶୋରୀମାନେ ସେମାନଙ୍କର ପ୍ରିୟ ପାଠ ବିଷୟ ବାଛିବାରେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି, ପ୍ରାଞ୍ଜଳୀ ଷ୍ଟାର୍ଟଅପ୍ ଜଗତରେ ପ୍ରବେଶ କରିଛନ୍ତି ଏବଂ ଏକ ମାଇଲଖୁଣ୍ଟ ସୃଷ୍ଟି ମଧ୍ୟ କରିଛନ୍ତି। ୭ ବର୍ଷ ବୟସରୁ ପ୍ରାଞ୍ଜଳୀ ଜଣେ ମେଧାବୀ ଛାତ୍ରୀ ଥିଲେ। ସେତେବେଳେ ସେ କୋଡିଂକୁ କାହିକି କେଜାଣି ଭଲ ପାଇ ବସିଲେ। ସେ ୭ ବର୍ଷ ବୟସରେ ତାଙ୍କ ପିତାଙ୍କଠାରୁ କମ୍ପ୍ୟୁଟର ପ୍ରୋଗ୍ରାମିଂ ଶିଖିବା ଆରମ୍ଭ କରିଥିଲେ, ଯିଏ ଜଣେ କମ୍ପ୍ୟୁଟର ଇଞ୍ଜିନିୟର। ତାଙ୍କ ବୟସ ସହିତ ପ୍ରଯୁକ୍ତିବିଦ୍ୟା ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା।

    ପ୍ରାଞ୍ଜଳୀ ଯେତେବେଳେ ମାତ୍ର ୧୧ ବର୍ଷ ବୟସ ସେତେବେଳେ ତାଙ୍କ ପରିବାର ଭାରତରୁ ଆମେରିକା ଚାଲିଆସି ଥିଲେ। ସେଠାରେ ସେ ଉନ୍ନତ ଶିକ୍ଷାଗତ ସୁଯୋଗ ପାଇଥିଲେ। ଫ୍ଲୋରିଡାରେ, ସେ କମ୍ପ୍ୟୁଟର ବିଜ୍ଞାନ ଏବଂ ପ୍ରତିଯୋଗିତାମୂଳକ ଗଣିତ ପାଠ୍ୟକ୍ରମ ଅଧ୍ୟୟନ କରିଥିଲେ। ୨୦୨୨ ମସିହାରେ ଆରମ୍ଭ କଲେ AI ଷ୍ଟାର୍ଟଅପ୍, Delv.AI .

    ପ୍ରାଞ୍ଜଳୀ ୧୩ ବର୍ଷ ବୟସରେ ଫ୍ଲୋରିଡା ଇଣ୍ଟରନ୍ୟାସନାଲ୍ ୟୁନିଭରସିଟିର ଏକ ମେସିନ୍ ଲର୍ନିଂ ଲ୍ୟାବରେ ତାଙ୍କର ପ୍ରଥମ ଇଣ୍ଟର୍ନସିପ୍ ଆରମ୍ଭ କରିଥିଲେ। ସେ ବାସ୍ତବ-ବିଶ୍ୱ ପ୍ରକଳ୍ପଗୁଡ଼ିକରେ କାମ କରିଥିଲେ ଏବଂ ସୂଚନା ସଂଗ୍ରହ କରିବାରେ ସହାୟତା କରିଥିଲେ। AI ବ୍ୟବହାରିକ ପ୍ରୟୋଗ ଏବଂ ମେସିନ୍ ଲର୍ନିଂ ପ୍ରତି ଏହି ଏକ୍ସପୋଜର ତାଙ୍କୁ ବହୁତ ପ୍ରଭାବିତ କରିଥିଲା।ଫଳରେ ସେ ନିଜେ କିଛି କରିବାର ସାହାସ ଜୁଟାଇ ପାରିଥିଲେ।

    ଫଳରେ ପ୍ରାଞ୍ଜଳୀ ବର୍ତ୍ତମାନ ୧୦୦୦୦୦୦୦୦୦ ଟଙ୍କାର କଂପାନୀ କରି ଆମେରିକାରେ ବେଶ ଚର୍ଚ୍ଚାରେ ଅଛନ୍ତି।

    Pranjali Awasth Tech Company ଟେକ କଂପାନୀ ପ୍ରାଞ୍ଜଳୀ ଅବସ୍ଥି
    Share. Facebook Twitter LinkedIn Email WhatsApp Copy Link
    Previous Articleଗୁଜରାଟରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି କେ ମିଶ୍ର
    Next Article ବଞ୍ଚିତ ବର୍ଗରୁ ମୁଖ୍ୟଧାରା ପର୍ଯ୍ୟନ୍ତ: ଭାରତୀୟ ଜନଜାତି ସମ୍ପ୍ରଦାୟ ପାଇଁ ଏକ ନୂତନ ସକାଳ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.