Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ସହଭାଗିତା ନିମନ୍ତେ ସୋଆ ଏବଂ ବ୍ରୋଡବ୍ରିଜ୍ ଫାଇନାନ୍ସିଆଲ୍ ସଲ୍ୟୁସନ୍ସ ମଧ୍ୟରେ ବୁଝାମଣା
    ଆଜିର ଖବର

    ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ସହଭାଗିତା ନିମନ୍ତେ ସୋଆ ଏବଂ ବ୍ରୋଡବ୍ରିଜ୍ ଫାଇନାନ୍ସିଆଲ୍ ସଲ୍ୟୁସନ୍ସ ମଧ୍ୟରେ ବୁଝାମଣା

    June 18, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ୱର: ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ସହଭାଗିତାକୁ ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଭାରତର ନୂତନତା ଏବଂ ଆର୍ଥିକ ବୈଷୟିକ ପରିସଂସ୍ଥା ପର୍ଯ୍ୟବେସିତ ଅନୁଷ୍ଠାନ ବ୍ରୋଡବ୍ରିଜ୍ ଫାଇନାନ୍ସିଆଲ୍ ସଲ୍ୟୁସନ୍ସ ମଧ୍ୟରେ ମଙ୍ଗଳବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

    ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ବ୍ରୋଡବ୍ରିଜ୍ ଇଣ୍ଡିଆର ମାନବ ସମ୍ବଳ ମୁଖ୍ୟ ଶ୍ରୀମତି ରିତୁ ରାଖରା ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିବା ବେଳେ ଏହି ସମୟରେ ଉଭୟ ଅନୁଷ୍ଠାନର ଶୀର୍ଷ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

    ଏଥି ସହିତ ବ୍ରୋଡବ୍ରିଜ୍‌ର ପ୍ରତିନିଧିମାନେ ସୋଆର ଛାତ୍ରଛାତ୍ରୀମାନଙ୍କ ସହିତ ଆର୍ଥିକ କ୍ଷେତ୍ର ସହିତ ନିଯୁକ୍ତି ସୁଯୋଗ ଏବଂ ଆବଶ୍ୟକୀୟ ଦକ୍ଷତା ସମ୍ପର୍କରେ ଆଲୋଚନା କରିଥିଲେ। ବ୍ରୋଡବ୍ରିଜ୍ ବିଭିନ୍ନ କ୍ୟାମ୍ପସ ପ୍ରୋଗ୍ରାମ, ଇନୋଭେସନ୍ ଚ୍ୟାଲେଞ୍ଜ, ମେଂଟରସିପ୍ ଏବଂ ଦକ୍ଷତା ଭିତିକ ପଦକ୍ଷେପ ଜରିଆରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥାଏ। ଏହି ସହଭାଗିତା ଦ୍ୱାରା ଉଭୟ ଅନୁଷ୍ଠାନ ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ଥିବା ବ୍ୟବଧାନକୁ ହ୍ରାସ କରିବା ଦିଗରେ କାର୍ଯ୍ୟ କରିବାର ଉଦ୍ଦେଶ୍ୟ ରହିଛି।

    ବୁଝାମଣା ଅନୁଯାୟୀ ସୋଆ ଏବଂ ବ୍ରୋଡବ୍ରିଜ୍ ସହଭାଗିତା ଭିତିରେ ଶିଳ୍ପ ସମ୍ବନ୍ଧୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଶିଳ୍ପ ସମ୍ବନ୍ଧୀୟ କର୍ମଶାଳା, ବିଶେଷଜ୍ଞମାନଙ୍କ ଦ୍ୱାରା ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଏବଂ ଛାତ୍ରଛାତ୍ରୀମାନଙ୍କୁ ଇନ୍‌ଟର୍ଣ୍ଣସିପ୍‌ର ସୁଯୋଗ ପ୍ରଦାନ କରିବେ।

    ଏହି ସହଭାଗିତା ଦ୍ୱାରା ଶିଳ୍ପ କ୍ଷେତ୍ରରେ ସୋଆର ସହଯୋଗକୁ ପ୍ରତିପାଦିତ କରିବା ସହ ଆମ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ଦିଗରେ ସାହାଯ୍ୟ କରିବ ବୋଲି କୁଳପତି ପ୍ରଫେସର ନନ୍ଦ କହିଛନ୍ତି।

    ଏହି ଅବସରରେ ଶ୍ରୀମତି ରାଖରା କହିଥିଲେ ଯେ ସୋଆ ସହିତ ବୁଝାମଣା କରି ବ୍ରୋଡବ୍ରିଜ୍ ବେଶ ଆନନ୍ଦିତ। ଏହା ଦ୍ୱାରା ଶିକ୍ଷା କ୍ଷେତ୍ରରେ ଏହି ଅନୁଷ୍ଠାନ ଅଧିକ ଯୋଡ଼ି ହୋଇ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

    ଏହି ଅବସରରେ ସୋଆର କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନଗେଜ୍‌ମେଂଟର ନିର୍ଦ୍ଦେଶକ ଶ୍ରୀ ରୀପ୍ତି ରଞ୍ଜନ ଦାଶ କହିଛନ୍ତି ଯେ ଆଇଟି ଏବଂ ତତ୍‌ସଂଲଗ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବା ନିମନ୍ତେ ସୋଆ ନିୟମିତ ଭାବରେ ଏଭଳି ସହଭାଗିତାର ନିମନ୍ତେ ନିରନ୍ତର କାର୍ଯ୍ୟ କରୁଛି।

    ବୁଝାମଣା ପତ୍ର ସ୍ୱାକ୍ଷରିତ ବ୍ରୋଡବ୍ରିଜ୍ ଫାଇନାନ୍ସିଆଲ୍ ସଲ୍ୟୁସନ୍ସ ଶିକ୍ଷା ଏବଂ ଶିଳ୍ପ ସୋଆ
    Share. Facebook Twitter LinkedIn Email WhatsApp Copy Link
    Previous Articleସ୍ବାସ୍ଥ୍ୟ ପାଇଁ ଭୁବନେଶ୍ବରରେ ଅନୁପସ୍ଥିତ ରହିବେ ନବୀନ, କିଏ ବୁଝିବ ଦଳୀୟ ବ୍ୟାପାର ? ସ୍ପଷ୍ଟ କଲେ ସଭାପତି
    Next Article ଇତିହାସ ସୃଷ୍ଟି ହୋଇସାରିଛି: ଯୋଗ ସଂଗମ କାର୍ଯ୍ୟକ୍ରମ ପଂଜୀକରଣ ୪ ଲକ୍ଷ ଟପିଲା

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.