Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଇତିହାସ ସୃଷ୍ଟି ହୋଇସାରିଛି: ଯୋଗ ସଂଗମ କାର୍ଯ୍ୟକ୍ରମ ପଂଜୀକରଣ ୪ ଲକ୍ଷ ଟପିଲା
    ଆଜିର ଖବର

    ଇତିହାସ ସୃଷ୍ଟି ହୋଇସାରିଛି: ଯୋଗ ସଂଗମ କାର୍ଯ୍ୟକ୍ରମ ପଂଜୀକରଣ ୪ ଲକ୍ଷ ଟପିଲା

    June 18, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ପାଇଁ ଏକତାର ଏକ ଚମତ୍କାର ପ୍ରଦର୍ଶନ ସ୍ବରୂପ, ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିଓ୍ବାଇ) ୨୦୨୫ର ମୁଖ୍ୟ କାର୍ଯ୍ୟକ୍ରମ, ଯୋଗ ସଙ୍ଗମ ପାଇଁ ପଞ୍ଜୀକରଣ ସଂଖ୍ୟା ଐତିହାସିକ ୪ ଲକ୍ଷ ଅତିକ୍ରମ କରିଛି । ଏହା ପାରମ୍ପରିକ ଅଭ୍ୟାସ ମାଧ୍ୟମରେ ସାମଗ୍ରିକ ସ୍ୱାସ୍ଥ୍ୟ ହାସଲ କ୍ଷେତ୍ରରେ ବିଶ୍ବର ଆଲୋକବର୍ତ୍ତିକାଭାବେ ଭାରତର ଭୂମିକାକୁ ପୁଣି ପ୍ରମାଣିତ କରିଛି ।  ଉଲ୍ଲେଖଯୋଗ୍ୟ ଯେ ଏପର୍ଯ୍ୟନ୍ତ ଦେଶରେ କୌଣସି କାର୍ଯ୍ୟକ୍ରମ ଏତେ ବିଶାଳ ଅଂଶଗ୍ରହଣ ହାସଲ କରିନାହିଁ।

    ୨୧ ଜୁନରେ ଏହି ଐତିହାସିକ ଯୋଗାଭ୍ୟସ ପ୍ରଦର୍ଶନ ଦେଶର ଲକ୍ଷ ଲକ୍ଷ ସ୍ଥାନରେ ଏକକାଳୀନ ହେବ, ଯାହା ଭାରତର ସୁସ୍ଥତା ଯାତ୍ରାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ଦେଶବ୍ୟାପୀ ଆନ୍ଦୋଳନର ସବୁଠାରୁ ଚମତ୍କାର ପ୍ରଦର୍ଶନ ବିଶାଖାପାଟଣାରେ ହେବ ଯେଉଁଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପରାଓ ଜାଧବ ୫ ଲକ୍ଷରୁ ଅଧିକ ଯୋଗ ଉତ୍ସାହୀଙ୍କ ସହିତ ଯୋଗାଭ୍ୟାସ ପ୍ରଦର୍ଶନ କରିବେ।

    ଯୋଗ ସଙ୍ଗମ, ଜୁନ୍ ୨୧,୨୦୨୫ ରେ ସକାଳ ୬.୩୦ ରୁ ୭.୪୫ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଏପର୍ଯ୍ୟନ୍ତର ସବୁଠାରୁ ବଡ ସାମୁହିକ ଯୋଗ କାର୍ଯ୍ୟକ୍ରମ ହେବାକୁ ଯାଉଛି, ଯେଉଁଥିରେ ଲକ୍ଷ ଲକ୍ଷ ଅନୁଷ୍ଠାନ, ସଂଗଠନ ଏବଂ ସମ୍ପ୍ରଦାୟ ଏକତ୍ର ଅଂଶଗ୍ରହଣ କରିବେ।

    ରାଜସ୍ଥାନ ଏହି ଅଭିଯାନରେ ଆଗୁଆ ରହିଛି, ଯେଉଁଠାରେ ୧,୩୮,୦୩୩ଟି ସଂଗଠନ ପଂଜୀକରଣ କରିଛନ୍ତି । ଏହା ପରେ ଦ୍ୱିତୀୟ ସ୍ଥାନରେ ଅଛି ଆନ୍ଧ୍ରପ୍ରଦେଶ (୧,୩୮,୦୩୩ଟି ପଂଜୀକରଣ), ଉତ୍ତର ପ୍ରଦେଶ (୧,୦୧,୭୬୭ଟି ପଂଜୀକରଣ), ମଧ୍ୟପ୍ରଦେଶ (୨୬,୧୫୯ଟି ପଂଜୀକରଣ), ଗୁଜୁରାଟ (୧୯,୯୫୧ଟି ପଂଜୀକରଣ) ଓ ହିମାଚଳ ପ୍ରଦେଶ (୧୨,୦୦୦ଟି ପଂଜୀକରଣ )।

    ଏହି ଉତ୍ସାହଜନକ ଅଂଶଗ୍ରହଣ ଚଳିତ ବର୍ଷର ବିଷୟବସ୍ତୁ – ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ନିମନ୍ତେ ବ୍ୟାପକ ଉତ୍ସାହକୁ ପ୍ରତିଫଳିତ କରେ। ଏହା ଏକ ବାର୍ତ୍ତା ଯାହା ଯୋଗକୁ ବିଶ୍ୱ ଏବଂ ବ୍ୟକ୍ତିଗତ ସୁସ୍ଥତା ସହିତ ଯୋଡ଼େ।

    ଆଇଆଇଟି ଏବଂ ଆଇଆଇଏମ ଠାରୁ ଆରମ୍ଭ କରି ତୃଣମୂଳ ସ୍ତରର ଏନଜିଓ ଏବଂ ଅଗ୍ରଣୀ କର୍ପୋରେଟ ପର୍ଯ୍ୟନ୍ତ, ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠାନ ଏହି ଆହ୍ୱାନକୁ ଗ୍ରହଣ କରୁଛନ୍ତି। ଯୋଗ ସଙ୍ଗମ ପୋର୍ଟାଲ୍ (https://yoga.ayush.gov.in/yoga-sangam) ଦେଶବ୍ୟାପୀ ସମନ୍ୱୟର କେନ୍ଦ୍ର ଭାବରେ ଉଭା ହୋଇଛି।

    ଯୋଗ ସଙ୍ଗମରେ କିପରି ଯୋଗ ଦେବେ:

    https://yoga.ayush.gov.in/yoga-sangam ଦେଖନ୍ତୁ ।

    ଆପଣଙ୍କର ଗୋଷ୍ଠୀ/ସଂଗଠନକୁ ପଞ୍ଜୀକୃତ କରନ୍ତୁ।

    ସକାଳ ୬.୩୦ ରୁ ୭.୦୦ଟା ପର୍ଯ୍ୟନ୍ତ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ ଲାଇଭ ଦେଖନ୍ତୁ ଏବଂ ସକାଳ ୭.୦୦ ରୁ ୭.୪୫ ପର୍ଯ୍ୟନ୍ତ ଏକ ଯୋଗ ଅଧିବେଶନ ପରିଚାଳନା କରନ୍ତୁ।

    ଆପଣଙ୍କର କାର୍ଯ୍ୟକ୍ରମ ବିବରଣୀ ଅପଲୋଡ୍ କରନ୍ତୁ ଏବଂ ଏକ ସରକାରୀ ପ୍ରଶଂସା ପ୍ରମାଣପତ୍ର ପ୍ରାପ୍ତ କରନ୍ତୁ।

    ୪ ଲକ୍ଷରୁ ଅଧିକ ସଂଗଠନମାନଙ୍କ ସହିତ ଏହି ଅଭିଯାନ ଗତିଶୀଳ ହେଉଥିବାବେଳେ, ଆୟୁଷ ମନ୍ତ୍ରଣାଳୟ ସମସ୍ତଙ୍କୁ ଏହି ପରିବର୍ତ୍ତନମୂଳକ ମୁହୂର୍ତ୍ତର ଅଂଶ ହେବାକୁ ନିମନ୍ତ୍ରଣ କରୁଛି। ଆସନ୍ତୁ ଯୋଗ ମାଧ୍ୟମରେ ଏକ ହେବା – ସ୍ୱାସ୍ଥ୍ୟ, ସଦ୍ଭାବନା ଏବଂ ଏକ ଉତ୍ତମ ଭବିଷ୍ୟତ ପାଇଁ।

    ଅନ୍ତର୍ଜାତୀୟ ଯୋଗ ଦିବସ ଆୟୁଷ ଯୋଗ ସଂଗମ କାର୍ଯ୍ୟକ୍ରମ
    Share. Facebook Twitter LinkedIn Email WhatsApp Copy Link
    Previous Articleଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ସହଭାଗିତା ନିମନ୍ତେ ସୋଆ ଏବଂ ବ୍ରୋଡବ୍ରିଜ୍ ଫାଇନାନ୍ସିଆଲ୍ ସଲ୍ୟୁସନ୍ସ ମଧ୍ୟରେ ବୁଝାମଣା
    Next Article ପ୍ରଧାନମନ୍ତ୍ରୀ ଆସିବେ ବୋଲି 20 ତାରିଖରେ କଟକ ଭୁବନେଶ୍ବର ସମସ୍ତ ସ୍କୁଲ ଛୁଟି

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.