Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ବସ୍ତୁ ଓ ସେବା କର (ଜିଏସଟି)କୁ ଆଠ ବର୍ଷ ପୂର୍ତ୍ତି
    ଆଜିର ଖବର

    ବସ୍ତୁ ଓ ସେବା କର (ଜିଏସଟି)କୁ ଆଠ ବର୍ଷ ପୂର୍ତ୍ତି

    July 1, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ଜୁଲାଇ ପହିଲା ୨୦୨୫ରେ ବସ୍ତୁ ଓ ସେବା କର (ଜିଏସଟି) କାର୍ଯ୍ୟକାରୀ ହେବାକୁ ଆଠ ବର୍ଷ ପୂରଣ ହେଉଛି। ଆର୍ଥିକ ଏକୀକରଣ ଉଦ୍ଦେଶ୍ୟ ନେଇ ୨୦୧୭ ଜୁଲାଇ ପହିଲାରେ ଜିଏସଟି ଆଇନ କାର୍ଯ୍ୟକାରୀ ହୋଇଥିଲା। ଏହା ଦେଶର ପରୋକ୍ଷ ଟିକସ ବ୍ୟବସ୍ଥାକୁ ଏକକ, ସମନ୍ୱିତ ଏବଂ ସୁବ୍ୟବସ୍ଥିତ କରିଛି। ଏହା ଟିକସ ଅନୁପାଳନକୁ ସହଜ କରିବା ସହିତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ପାଇଁ ଖର୍ଚ୍ଚ ହ୍ରାସ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଏସଟିକୁ ନୂତନ ଭାରତର ଏକ ଯୁଗାନ୍ତକାରୀ ଆଇନ ଭାବେ ଅଭିହିତ କରିଛନ୍ତି।

    ଆଠ ବର୍ଷ ମଧ୍ୟରେ ଜିଏସଟି ଅନେକ ଉପଲବ୍ଧି ହାସଲ କରିଛି। ୨୦୨୪-୨୫ରେ ସକଳ ଜିଏସଟି ସଂଗ୍ରହ ରେକର୍ଡ ୨୨.୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହା ପୂର୍ବ ବର୍ଷ ତୁଳନାରେ ୯.୪ ପ୍ରତିଶତ ବୃଦ୍ଧି। ଏହି ବର୍ଷ ହାରାହାରି ମାସିକ ସଂଗ୍ରହ ୧.୮୪ ଲକ୍ଷ କୋଟି ଟଙ୍କା ରହିଥିଲା। ଏହି ବୃଦ୍ଧି ଟିକସ ଅନୁପାଳନରେ ସୁଧାର ଏବଂ ଅର୍ଥବ୍ୟବସ୍ଥାର ଆନୁଷ୍ଠାନିକରଣ କରିଛି।

    ନିକଟରେ ଡେଲଏଟ୍‌ ସଂସ୍ଥାର ଏକ ରିପୋର୍ଟରେ ଜିଏସଟି ବ୍ୟବସ୍ଥାକୁ ଉଚ୍ଚ ପ୍ରଶଂସା କରାଯାଇଛି। ସମୟୋଚିତ ସଂସ୍କାର, ଟିକସଦାତାଙ୍କର ମାର୍ଗଦର୍ଶନ, ଜିଏସଟି ପୋର୍ଟାଲର ସ୍ଥିର ବିକାଶ ପାଇଁ ଏହି ସଂସ୍ଥା ସରକାରଙ୍କୁ ଶ୍ରେୟ ଦେଇଛି। ଜିଏସଟି ଟିକସ ବ୍ୟବସ୍ଥାକୁ ଦୃଢ଼ କରିବା ସହିତ ବ୍ୟବସାୟିକ ସୁଗମତାରେ ସୁଧାର ଆଣିଛି।

    ରାଜ୍ୟ ଏବଂ କେନ୍ଦ୍ର ପ୍ରଦେଶ ସରକାରଙ୍କ ପ୍ରତିନିଧିତ୍ୱ ସହିତ ଜିଏସଟି ପରିଷଦ ଜିଏସଟି ଟିକସ ଦର ନିର୍ଦ୍ଧାରଣ କରିଥାଏ। ବର୍ତ୍ତମାନ ଦେଶରେ ବିଭିନ୍ନ ବସ୍ତୁ ଓ ସେବା ପାଇଁ ୫, ୧୨, ୧୮ ଏବଂ ୨୮ ପ୍ରତିଶତ ହାରରେ ଜିଏସଟି ଲାଗୁ ହେଉଛି। ଜିଏସଟି ଦ୍ୱାରା ‘ଏକ ରାଷ୍ଟ୍ର ଏକ ଟିକସ’ ସଂକଳ୍ପ ସାକାର ହୋଇଛି। ବର୍ହିଶୁଳ୍କ, ସେବା ଶୁଳ୍କ, ଭାଟ୍‌ ଏବଂ ଅନ୍ୟାନ୍ୟ ଜଟିଳ ଶୁଳ୍କ ପରିବର୍ତ୍ତେ ଗୋଟିଏ ଜିଏସଟି ଲାଗୁ ହେଉଛି। ଏବେ ରାଜ୍ୟ ଭିତରେ କାରବାର ପାଇଁ କେନ୍ଦ୍ରୀୟ ଜିଏସଟି ବା ସିଜିଏସଟି ଏବଂ ରାଜ୍ୟ ଜିଏସଟି ବା ଏସଜିଏସଟି ଲାଗୁ ହେଉଛି। ରାଜ୍ୟ – ରାଜ୍ୟ ମଧ୍ୟରେ କାରବାର ପାଇଁ ଏକୀକୃତ ଜିଏସଟି ବା ଆଇଜିଏସଟି ଲାଗୁ ହେଉଛି। ଜିଏସଟି ଟିକସ କ୍ରେଡିଟର ସୁଗମ ପ୍ରବାହ ସୁନିଶ୍ଚିତ କରିଛି। ସେହିପରି ଇନପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ ବ୍ୟବସ୍ଥା ଟିକସ ଉପରେ ଟିକସ ବୋଝ ହ୍ରାସ କରିଛି। କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସୀମା ଛାଡ଼ ସୁବିଧା ମିଳୁଛି। କମ୍ପୋଜିସନ ଯୋଜନା, ଅନଲାଇନ ଅନୁପାଳନ, କ୍ଷେତ୍ର ଆଧାରିତ ଟିକସ ଛାଡ଼ ବ୍ୟବସ୍ଥା ଜିଏସଟିକୁ ଅଧିକ ଅନୁକୂଳ ବ୍ୟବସ୍ଥା ଭାବେ ପ୍ରତିଷ୍ଠିତ କରିଛି।

    ଏମଏସଏମଇଗୁଡ଼ିକ ପାଇଁ ଜିଏସଟି ଅଧିକ ସହାୟକ ହୋଇଛି। କ୍ଷୁଦ୍ର ବ୍ୟବସାୟୀ ଏବଂ ଉତ୍ପାଦନକାରୀଙ୍କ ପାଇଁ ବସ୍ତୁଗୁଡ଼ିକର ବାର୍ଷିକ ଟିକସ ଛାଡ଼ ସୀମା ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କମ୍ପୋଜିସନ ଯୋଜନା ଅଧୀନରେ ବାର୍ଷିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସେବା ଏବଂ ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ ବସ୍ତୁ କାରବାର ପାଇଁ ନିର୍ଦ୍ଧାରିତ ହାରରେ ଟିକସ ଲାଗୁ କରାଯାଉଛି। ଜିଏସଟି ଋଣ ଉପଲବ୍ଧତା ପାଇଁ ମଧ୍ୟ ମାର୍ଗ ପ୍ରଶସ୍ତ କରିଛି।

    ଜିଏସଟି ବହୁସ୍ତରୀୟ ଟିକସ ବ୍ୟବସ୍ଥାକୁ ଉଚ୍ଛେଦ କରିବା ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ହ୍ରାସ ପାଇଛି । ଏହାଦ୍ୱାରା ସାଧାରଣ ଉପଭୋକ୍ତା ଲାଭ ପାଉଛନ୍ତି। ଡାଲି, ତୈଳବୀଜ, ଚିନି, ଜଳଖିଆ ଓ ମିଠା ଉପରେ କମ ଟିକସ ଲାଗୁ ହେଉଛି । ଜିଏସଟି ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟରେ ହେଉଥିବା ଖର୍ଚ୍ଚରେ ୪ ପ୍ରତିଶତ ହ୍ରାସ ଆଣିପାରିଛି । ଜିଏସଟି ଲଜିଷ୍ଟିକ୍ସ ଶିଳ୍ପକୁ ବ୍ୟାପକ ଭାବେ ପରିବର୍ତ୍ତନ କରିଛି। ରାଜ୍ୟ ସୀମାରେ ଟ୍ରକଗୁଡ଼ିକର ଲମ୍ବା ଧାଡ଼ି ଏବଂ ଦୁର୍ନୀତି ପ୍ରବଣ ଚେକପୋଷ୍ଟଗୁଡ଼ିକ ଏବେ ଇତିହାସ ପାଲଟିଛି । ବସ୍ତୁଗୁଡ଼ିକ ଏବେ ରାଜ୍ୟ ସୀମା ମଧ୍ୟରେ ଦ୍ରୁତ ଏବଂ ଅଧିକ ମୁକ୍ତ ଭାବରେ ଚଳାଚଳ କରୁଛି। ଅନେକ ଅଧ୍ୟୟନ ଅନୁଯାୟୀ, ପରିବହନ ସମୟରେ ୩୩ ପ୍ରତିଶତରୁ ଅଧିକ ସୁଧାର ଆସିଛି।

    ଜିଏସଟି ସଂଗ୍ରହ ମଧ୍ୟ ପ୍ରତ୍ୟେକ ବର୍ଷ ବଢ଼ିବାରେ ଲାଗିଛି । ୨୦୨୦-୨୧ରେ ୧୧.୩୭ ଲକ୍ଷ କୋଟି ଟଙ୍କା, ଏହାର ପରବର୍ଷ ୧୮.୦୮ ଲକ୍ଷ କୋଟି ଟଙ୍କା, ୨୦୨୨-୨୩ରେ ୧୮.୦୮ ଲକ୍ଷ କୋଟି ଟଙ୍କା ଏବଂ ୨୦୨୩-୨୪ରେ ୨୦.୧୮ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିଲା। ଏହା ଅନୁପାଳନ ଏବଂ ଆର୍ଥିକ କାର୍ଯ୍ୟକଳାପରେ ସ୍ଥିର ଅଭିବୃଦ୍ଧିକୁ ଦର୍ଶାଉଛି। ସକ୍ରିୟ କରଦାତାଙ୍କ ସଂଖ୍ୟାରେ ମଧ୍ୟ ତୀବ୍ର ବୃଦ୍ଧି ଘଟିଛି। ୩୦ ଏପ୍ରିଲ ୨୦୨୫ ସୁଦ୍ଧା, ୧.୫୧ କୋଟିରୁ ଅଧିକ ସକ୍ରିୟ ଜିଏସଟି ପଞ୍ଜୀକରଣ ରହିଛି।

    ଏହା ବ୍ୟତୀତ ଇ-ୱେ ବିଲ୍‌ ପ୍ରଚଳନ କରାଯାଇ ବସ୍ତୁର ପରିବହନ ଉପରେ ଦୃଷ୍ଟି ରଖାଯିବା ଫଳରେ ଟିକସ ଫାଙ୍କିକୁ ଦୂର କରାଯାଇ ପାରିଛି।  ରିଅଲ୍‌ ଇଷ୍ଟେଟ୍‌ କ୍ଷେତ୍ରରେ ଦର ରିହାତି ପ୍ରଦାନ କରାଯାଇଛି । ଇ-ଇନଭଏସ, ସବୁଜ ପରିବହନକୁ ପ୍ରୋତ୍ସାହନ, କ୍ୟୁଆରଏମପି ଯୋଜନାର ଶୁଭାରମ୍ଭ, ଜିଏସଟି ଦର ସରଳୀକରଣ, ଜିନ ଥେରାପି ପାଇଁ ସମ୍ପୂର୍ଣ୍ଣ ଜିଏସଟି ଛାଡ଼, ଭାଉଚର ପାଇଁ ଜିଏସଟି ସ୍ପଷ୍ଟୀକରଣ, କୋଭିଡ-୧୯ ସହାୟତା ଭଳି ବିଭିନ୍ନ ପଦକ୍ଷେପ ଜିଏସଟିକୁ ଉଭୟ ବ୍ୟବସାୟୀ ଏବଂ ଉପଭୋକ୍ତା ଅନୁକୂଳ କରିଛି । ୮୫% ଲୋକ ଜିଏସଟିକୁ ସମର୍ଥନ କରିଛନ୍ତି। ୮୯% ଉପଭୋକ୍ତା, ୯୦ ପ୍ରତିଶତ ଜିସିସି, ୮୪ ପ୍ରତିଶତ ପ୍ରଯୁକ୍ତି, ମିଡିଆ ଓ ଦୂରସଞ୍ଚାର ସଂସ୍ଥା, ୮୪ ପ୍ରତିଶତ ଶକ୍ତି, ସମ୍ବଳ ଓ ଶିଳ୍ପ ସଂସ୍ଥା, ୮୫% ବ୍ୟାଙ୍କ ଓ ଆର୍ଥିକ ସେବା, ୮୯% ସରକାରୀ ଓ ରାଷ୍ଟ୍ରାୟତ୍ତ ସେବା, ୮୨% ଜୀବବିଜ୍ଞାନ ଓ ସ୍ୱାସ୍ଥ୍ୟସେବା ସଂସ୍ଥା ଜିଏସଟିକୁ ନେଇ ସକାରାତ୍ମକ ମତପ୍ରକାଶ କରିଛନ୍ତି ।

    ଆରମ୍ଭ ହେବାର ଆଠ ବର୍ଷ ପରେ ଜିଏସଟି ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସଂସ୍କାର ମଧ୍ୟରୁ ଅନ୍ୟତମ ଭାବରେ ନିଜକୁ ଦୃଢ଼ ଭାବରେ ପ୍ରତିଷ୍ଠିତ କରିଛି। ରାଜସ୍ୱ ସଂଗ୍ରହରେ ନିରନ୍ତର ବୃଦ୍ଧି ଏବଂ ଦେଢ଼ କୋଟିରୁ ଅଧିକ ସକ୍ରିୟ କରଦାତାଙ୍କ ବୃଦ୍ଧି ଏହାର ସଫଳତାକୁ ପ୍ରତିଫଳିତ କରୁଛି।

    gst ଜିଏସଟି ଟିକସ
    Share. Facebook Twitter LinkedIn Email WhatsApp Copy Link
    Previous Articleଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ
    Next Article ବିକଶିତ ଭାରତ@୨୦୪୭: ରାସାୟନିକ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ସୁରକ୍ଷା ମାନଦଣ୍ଡର ସୁଦୃଢ଼ୀକରଣ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.