Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ବିକଶିତ ଭାରତ@୨୦୪୭: ରାସାୟନିକ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ସୁରକ୍ଷା ମାନଦଣ୍ଡର ସୁଦୃଢ଼ୀକରଣ
    ଆଜିର ଖବର

    ବିକଶିତ ଭାରତ@୨୦୪୭: ରାସାୟନିକ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ସୁରକ୍ଷା ମାନଦଣ୍ଡର ସୁଦୃଢ଼ୀକରଣ

    July 1, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ରାସାୟନିକ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ସୁରକ୍ଷା ମାନଦଣ୍ଡକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ତାଲିମ ପ୍ରଦାନକୁ ପ୍ରାଥମିକତା ଦେଇଛନ୍ତି କେନ୍ଦ୍ର ସରକାର। ଏହିକ୍ରମରେ ଦେଶର ବିଭିନ୍ନ ସ୍ଥାନରେ  ବିକଶିତ ଭାରତ-୨୦୪୭ ଅଧୀନରେ ପ୍ରସ୍ତୁତ ୧୦୦ ଦିନିଆ କାର୍ଯ୍ୟକ୍ରମରେ ଏଥିନେଇ ଏକ ଦୁଇଦିନିଆ ଶିବିର ନିକଟରେ ଆୟୋଜନ କରାଯାଇଥିଲା। ଜୁନ ୨୫ ଏବଂ ୨୬ ତାରିଖରେ କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟର ଡକ୍ଟର ଏଚ୍.ଏଲ୍. ରାୟ ଭବନଠାରେ ଅନୁଷ୍ଠିତ ଏହି ଶିବିରରେ ସୁରକ୍ଷା, ସ୍ଥାୟୀତ୍ୱ ଏବଂ ଉତ୍ତରଦାୟିତ୍ୱକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଭାରତ ସରକାରଙ୍କ ରସାୟନ ଏବଂ ସାର ମନ୍ତ୍ରଣାଳୟର ଅଧୀନରେ କେନ୍ଦ୍ରୀୟ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ସିପେଟ) ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

    ଏଥିରେ ଏକ ସୁରକ୍ଷିତ ଏବଂ ପରିବେଶ ପରିପୂରକ ଶିଳ୍ପ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ବାବଦରେ ବିଶେଷଜ୍ଞମାନେ ଆଲୋକପାତ କରିଥିଲେ। ଅର୍ଥନୈତିକ ଅଭିବୃଦ୍ଧିକୁ ଜାରି ରଖିବା ପାଇଁ ରାସାୟନିକ ଏବଂ ପେଟ୍ରୋକେମିକାଲ୍ସ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି, ଏହି କାର୍ଯ୍ୟକ୍ରମ ଦ୍ୱାରା ବିପଜ୍ଜନକ ପଦାର୍ଥ ସହିତ ଜଡିତ ଅନ୍ତର୍ନିହିତ ବିପଦଗୁଡ଼ିକୁ ମଧ୍ୟ ସମାଧାନ କରିବା, ଜୀବନକୁ ସୁରକ୍ଷା ଦେବା ଏବଂ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଦୃଢ଼ ସୁରକ୍ଷା ପ୍ରୋଟୋକଲ୍ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

    ଔଦ୍ୟୋଗିକ ସୁରକ୍ଷା ନିୟମ”; “ବିପଦ ମୂଲ୍ୟାଙ୍କନ”; “ବିପଦ ପରିଚାଳନା”; “ଜରୁରୀକାଳୀନ ପ୍ରତିକ୍ରିୟା ରଣନୀତି”; ଏବଂ “ଉଦୀୟମାନ ସୁରକ୍ଷା ପ୍ରଯୁକ୍ତିବିଦ୍ୟା” ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ବାରଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଆଇଭିଏଲ୍‍ ଧୁନସେରି ପେଟ୍ରୋଲିୟମ୍ ଲିମିଟେଡ୍, ଜାତୀୟ ସୁରକ୍ଷା ପରିଷଦର ସଦସ୍ୟ, ଜିଏସ୍‍ଏଫ୍‍ସି-ଗୁଜୁରାଟ, ସେଲ, ହଳଦିଆ ପେଟ୍ରୋକେମିକାଲ୍ସ ଲିମିଟେଡ୍, ବିର୍ଲା କାର୍ବନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ  “ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇଜିନ୍ ଆଣ୍ଡ୍ ପବ୍ଲିକ୍ ହେଲଥ” ଏବଂ “ସେଣ୍ଟର ଫର୍ ଏନର୍ଜି ଷ୍ଟୋରେଜ୍ ଟେକ୍ନୋଲୋଜି, ଆନ୍ନା ୟୁନିଭର୍ସିଟି, ଚେନ୍ନାଇ”ର ବିଶେଷଜ୍ଞମାନେ ଅଧିବେଶନ ସମୟରେ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ବାଣ୍ଟିଥିଲେ। ଏହା ଦେଶବ୍ୟାପୀ ଯୋଜନା କରାଯାଇଥିବା ୪୮ ଟି କାର୍ଯ୍ୟକ୍ରମ ମଧ୍ୟରୁ ୧୧ତମ କାର୍ଯ୍ୟକ୍ରମ ଥିଲା ଏବଂ ଏହା ଭାରତର ପୂର୍ବ ଜୋନରେ ଅନୁଷ୍ଠିତ ହୋଇଥିଲା।

    ସିପେଟ ସିଏସଟିଏସ୍ ବାଲେଶ୍ୱରର ନିର୍ଦ୍ଦେଶକ କେ.କେ. ମହାପାତ୍ର; ଭାରତୀୟ ରାସାୟନିକ ପରିଷଦ, ପୂର୍ବ କ୍ଷେତ୍ର, କୋଲକାତାର ଆଞ୍ଚଳିକ ଅଧ୍ୟକ୍ଷ ଦେବର୍ଶୀ ଦତ୍ତଗୁପ୍ତ, ଏଚ୍‍ପିସିଏଲ ମୁମ୍ବାଇର ମାର୍କେଟିଂ ଏଚ୍‍ଏସ୍‍ଇ ବିଭାଗ ଉପ-ମହାପ୍ରବନ୍ଧକ ସୁରେଶ ବାବୁ ଭୁଟଲା, ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କୋଲକତା ଆଞ୍ଚଳିକ ନିର୍ଦ୍ଦେଶକ ମୃଣାଳ କାନ୍ତି ବିଶ୍ୱାସ ପ୍ରମୁଖ ଏହି କାର୍ଯ୍ୟକ୍ରମର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଇଆଇସିଏଚଇ-ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅଭିଜିତ ଘୋଷ ଆଇଆଇସିଏଚଇର ପ୍ରତିନିଧିତ୍ୱ କରିଥିଲେ ଏବଂ ସିପେଟ ସିଏସଟିଏସ୍, ବାଲେଶ୍ୱରର ବରିଷ୍ଠ ବୈଷୟିକ ଅଧିକାରୀ ପ୍ରବୀଣ ଦେଶମୁଖ, ପ୍ରଶାସକ ଅଧିକାରୀ ଉତ୍ତମ ବରୁଆ  ଏବଂ ସହାୟକ ବୈଷୟିକ ଅଧିକାରୀ ରାହୁଲ ଯାଦବ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାସାୟନିକ, ପେଟ୍ରୋ କେମିକାଲ ଏବଂ ଆନୁଷଙ୍ଗିକ ଶିଳ୍ପର ୧୨୫ରୁ ଅଧିକ ପ୍ରଫେସନାଲ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

    ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ସୁରକ୍ଷା ପରିଚାଳନାର ବିଭିନ୍ନ ଦିଗ; ଜରୁରୀକାଳୀନ ପ୍ରସ୍ତୁତି; ବିପଦପୂର୍ଣ୍ଣ ବର୍ଜ୍ୟବସ୍ତୁ ପରିଚାଳନା; ସୁରକ୍ଷା, ପରିବେଶ ଏବଂ ଅନ୍ୟାନ୍ୟ ଆଇନର ଅନୁପାଳନ; ରାସାୟନିକ ଏବଂ ପେଟ୍ରୋରାସାୟନିକ ଶିଳ୍ପର ନିୟମ; ଇତ୍ୟାଦି ସମ୍ପର୍କରେ ପ୍ରସିଦ୍ଧ ବିଶେଷଜ୍ଞ ଏବଂ କର୍ତ୍ତୃପକ୍ଷଙ୍କ ଦ୍ୱାରା ବ୍ୟାପକ ଆଲୋଚନା ଏବଂ ଉପସ୍ଥାପନା କରାଯାଇଥିଲା। କାର୍ଯ୍ୟକ୍ରମର ଏକ ଅଂଶ ଭାବରେ, ଏକ ମକ୍ ସେଫ୍ଟି ଡ୍ରିଲ୍ ମଧ୍ୟ କରାଯାଇଥିଲା।

    ଏନ୍‍ଟିପିସି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଆଇଭିଏଲ୍‍ ଧୁନସେରି ପେଟ୍ରୋଲିୟମ୍ ଲିମିଟେଡ୍, ହଳଦିଆ ପେଟ୍ରୋକେମିକାଲ୍ସ ଲିମିଟେଡ୍, ଏଚ୍‍ପିସିଏଲ୍‍, ଗେଲ, ବାଲମର ଲରି ଏବଂ ଟାଟା ଷ୍ଟିଲ୍ ପ୍ରଭୃତି ଶିଳ୍ପାନୁଷ୍ଠାନର ପ୍ରମୁଖ ଦୁର୍ଘଟଣା ବିପଦଜ୍ଜନକ ୟୁନିଟ୍ରୁ ଅଂଶଗ୍ରହଣକାରୀମାନେ ଆସିଥିଲେ।

    ଏମଏଏଚ୍‍ ୟୁନିଟ୍ ସମେତ ୭୪ଟି ରାସାୟନିକ ଶିଳ୍ପର ୧୩୬ ଜଣ ଅଂଶଗ୍ରହଣକାରୀ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

     

    ପେଟ୍ରୋକେମିକାଲ୍ସ ବିକଶିତ ଭାରତ@୨୦୪୭ ରାସାୟନିକ
    Share. Facebook Twitter LinkedIn Email WhatsApp Copy Link
    Previous Articleବସ୍ତୁ ଓ ସେବା କର (ଜିଏସଟି)କୁ ଆଠ ବର୍ଷ ପୂର୍ତ୍ତି
    Next Article ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ରେ ଖେଳିବେ କି ନାହିଁ ବୁମରା?: ଲିକ୍ ହେଲା ଟିମ୍ ଇଣ୍ଡିଆର ପ୍ଲେଇଂ ୧୧

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.